ଏରସମା, 08/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଅଞ୍ଚଳରେ ଗଢି ଉଠିବାକୁ ଯାଉଥିବା ଜିନ୍ଦଲ ପ୍ରକଳ୍ପରେ ୩ ପଞ୍ଚାୟତ ଅଞ୍ଚଳ ଢ଼ିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗରୁ ୫୫୧ ଜଣ ବେକାର ଯୁବକଯୁବତୀଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ବିଧାନସଭାରେ ଶିଳ୍ପ ମନ୍ତ୍ରୀ, ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ତାହାର ସତ୍ୟତାକୁ ନେଇ ପ୍ରଶ୍ନ କରିଛି ଦିନଦୟାଲ ଉପାଧ୍ୟାୟ ଇଣ୍ଡଷ୍ଟ୍ରିଆଲ ୱର୍କର୍ସ ଇଉନିଅନ ଓ ଢ଼ିଙ୍କିଆ ଚାରିଦେଶ ଉନ୍ନୟନ ସମିତି।ଏ ସମ୍ପର୍କରେ ନୂଆଗାଁସ୍ଥିତ ଶିଶୁ ଉଦ୍ୟାନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିନଦୟାଲ ଉପାଧ୍ୟାୟ ଇଣ୍ଡଷ୍ଟ୍ରିଆଲ ୱର୍କର୍ସ ଇଉନିଅନ ସଭାପତି କ୍ଷୀରୋଦ ଚନ୍ଦ୍ର ପରିଡା ଓ କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ରାଉତ ଅଭିଯୋଗ କରିଛନ୍ତିଯେ ଢ଼ିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ପଞ୍ଚାୟତରେ ନିଯୁକ୍ତି ସମ୍ପର୍କିତ ଯେଉଁ ତଥ୍ୟ ଦିଆଯାଇଛି ତାହାର ସତ୍ୟତା ସମ୍ପର୍କରେ ସେମାନଙ୍କ ନାମ ପଞ୍ଚାୟତ ସ୍ତରରେ ସାର୍ବଜନୀନ କରାଯିବାକୁ ଶ୍ରୀ ପରିଡ଼ା ଦାବି କରିଛନ୍ତି।ଆହୁରି ମଧ୍ୟ କହିଛନ୍ତି ଡ୍ରେଜିଂ କରାଯାଇ ପ୍ରକଳ୍ପ ଅଞ୍ଚଳକୁ ସମତୁଲ କରାଯାଇଛି ବୋଲି ଯାହା ତଥ୍ୟ ପ୍ରଦାନ କରାଯାଇଛି ତାହା ଅଞ୍ଚଳବାସୀ ଜାଣିଛନ୍ତି।ପ୍ରଭାବିତ ତିନି ପଞ୍ଚାୟତର ଆଇଟିଆଇ,ଡିପ୍ଲୋମା ଓ ବିଟେକ ଯୋଗ୍ୟତା ଧାରୀ ମାନଙ୍କ ନିଯୁକ୍ତି ସମ୍ପର୍କିତ ବୟସୀମା ୧୮ ରୁ ୨୬ ବର୍ଷ ରଖାଯାଇଛି ଯାହା ବହୁ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରାଯିବ ବୋଲି କହିଛନ୍ତି।ତେବେ ବ୍ରୃକ୍ଷରୋପଣ,ଢେଉ ପ୍ରତିରୋଧକ ପ୍ରାଚୀର ନିର୍ମାଣ ଓ ଭୁତଳ ଜଳର ବ୍ୟବହାର ସମ୍ପର୍କରେ ବିଭିନ୍ନ ଅଭିଯୋଗ କରିଛନ୍ତି। ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉନ୍ନୟନ ସମିତିର ସୁଜାତା ମହାନ୍ତି,ଚିନ୍ମୟୀ ସେନାପତି,ସୁଷମା ସାହୁ, ଭଗବତୀ ଦାଶ,ଅନିତା ବାରିକଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।