ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ "ସପ୍ତ ଶକ୍ତି ସଙ୍ଗମ" କାର୍ଯ୍ୟକ୍ରମ

ବୁଗୁଡ଼ା, 08/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରୀ ଚେତନା ପାଇଁ "ସପ୍ତ ଶକ୍ତି ସଙ୍ଗମ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ମାତୃ କମିଟି ସଭାନେତ୍ରୀ ମଧୁସ୍ମିତା ତ୍ରିପାଠୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ସିଡିପିଓ ବବିତା କୁମାରୀ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ କାଉନସିଲର ସପ୍ନାରାଣୀ ଦାଶ ଯୋଗ ଦେଇ ସମାଜରେ ନାରୀ ଭିତରେ ଥ‌ିବା ସପ୍ତ ଶକ୍ତିକୁ ଉଜ୍ଜୀବିତ କଲେ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସି ପାରିବ ଏବଂ ଏଥି ପାଇଁ ମା’ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କହିବା ସହ ନାରୀ ସମାଜରେ କିର୍ତ୍ତୀ, କ୍ଷମା, ଧୃତି, ମେଧା, ସ୍ମୃତି,ବାକ ଓ ଶ୍ରୀ ଅଟେ ବୋଲି କହିଥିଲେ । ଅନ୍ୟପକ୍ଷରେ ନାରୀ ଶକ୍ତି ଜାଗରଣ ହେଲେ ସମାଜରେ ସୁଧାର ଆସିବ ଏବଂ ନାରୀ ଚାହିଁଲେ ପରିବାରରେ ସୁଖଶାନ୍ତି ବିରାଜିତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏ ଅବସରରେ ବର୍ଷିୟାନ ମହିଳା ସତ୍ଯଭାମା ଦାଶ(୧୦୦) ଏବଂ ମହାଦେଈ ସାହୁ (୯୦)ଙ୍କୁ ଉପଢୌକନ ଓ ଶ୍ରୀଫଳ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ପିଠା ପ୍ରଦର୍ଶନୀ, ପୁରାଣ ପଠନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ଯପକ୍ଷରେ ଶିଶୁ ମନ୍ଦିର ଛାତ୍ରୀମାନେ ମହିୟସୀ ମହିଳାଙ୍କ ବେଶ ଧାରଣ କରି ସେମାନଙ୍କ ବାଣୀ ପ୍ରଚାର କରିବା ସାଙ୍ଗକୁ "କନ୍ଯା ଅଲୋଡା ନୁହେଁ" ସମ୍ପର୍କିତ ଏକ ନାଟକ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୁରୁମା ସୁମତି ମିଶ୍ର, ମମତା କୁମାରୀ ସାହୁ, ଝିଲ୍ଲୀ କୁମାରୀ ଦାଶ ଓ ପ୍ରତିମା ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ ସେବାବ୍ରତୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ଏବଂ ପରିଶେଷରେ ବି.କରଡ଼ାବାଡ଼ି ସ୍ବାସ୍ଥ୍ୟକର୍ମୀ ସୁନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
7