ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭଲିବଲ୍ ପୁରୁଷ ଦଳର ମୁଜାଫରପୁର ଗ୍ରସ୍ତ

ବୁଗୁଡ଼ା, 08/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ (ବିୟୁ) କ୍ରୀଡା ପରିଷଦ ପକ୍ଷରୁ ଭଲିବଲ୍ ପୁରୁଷ ଦଳ ପୂର୍ବାଞ୍ଚଳ ଅନ୍ତଃବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୁଜାଫରପୁର ଗ୍ରସ୍ତ କରିଛି। ଏହି ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବାବା ସାହେବ ଭୀମରାଓ ଆମ୍ବେଦକର ୟୁନିଭର୍ସିଟିରେ ଅନୁଷ୍ଠିତ ହେବ।ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟିମ୍‌ରେ ବୁଗୁଡ଼ା ପିପୁଲ୍ସ କଲେଜ୍‌ର ଛାତ୍ର ଆଲୋକ ବେହେରା ସ୍ଥାନ ପାଇଛନ୍ତି। ଏହି ଦଳ ସହିତ ମ୍ୟାନେଜର ଭାବେ ଜନସନ୍ ଦିଗାଲ ଓ କୋଚ୍ ରୂପେ ରଶ୍ମିରଞ୍ଜନ ତ୍ରିପାଠୀ ମଧ୍ୟ ମୁଜାଫରପୁର ଅଭିମୁଖେ ଯାତ୍ରା କରିଛନ୍ତି।ପିପୁଲ୍ସ କଲେଜର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ମାନେ ଆଲୋକ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Article Image
15