ପଙ୍କପାଳ, 09/12/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :

ଗତ ରବିବାର ୦୮/୧୨ ତାରିଖ ଦିନ ସ୍ଥାନୀୟ ପଙ୍କପାଳ ଠାରେ ଜଣେ ଆଦର୍ଶ ମହିଳା, ଦିବଂଗତା ମିନର୍ଭା ନାୟକଙ୍କର ଏକାଦଶ ଉପଲକ୍ଷେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାଟି ଆଖଣ୍ଡଳମଣି ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିନୋଦ ବିହାରୀ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭାର ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା କରାଯାଇ ମାଆଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା ଏବଂ ସମଗ୍ର ପରିବେଶ ଭାବପ୍ରବଣ ଥିଲା।
ସଭାରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଆଡ଼ଭୋକେଟ୍ ଶ୍ରୀ ସୁନାକାର ବେହେରା, ଶ୍ରୀ ମହେଶ୍ୱର ରାଉତ, ଶ୍ରୀ ସୁବାଷ ଗୋଛାୟତ, ଶ୍ରୀ ଅକ୍ଷୟ କୁମାର ଖୁଣ୍ଟିଆ, ଶ୍ରୀ କିଶୋର ଶତପଥି, ଶ୍ରୀ ଶଙ୍କର୍ଷଣ ବାରିକ, ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଶ୍ରୀ ବିଭିତି ଭୂଷଣ ଦାସ, ଶ୍ରୀ ରବୀନ୍ଦ୍ର ନାଥ ପରିଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଓ ସମାଜସେବୀ ଯୋଗଦେଇ ଦିବଂଗତ ମାଆଙ୍କ ମମତା ଓ ଆଦର୍ଶ ସମ୍ପର୍କରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।
ଏହି ଭାବପୂର୍ଣ୍ଣ ଅବସରରେ, ସ୍ୱର୍ଗତା ମାଆଙ୍କ ପ୍ରତି ସମସ୍ତଙ୍କ ଭାବନାକୁ ନେଇ ପ୍ରସ୍ତୁତ ସ୍ମରଣୀକା ପତ୍ରିକା **"ସ୍ମୃତିର ସୌରଭ ସ୍ନେହର ସେତୁ: ମିନର୍ଭା"**କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।
ଶ୍ରଦ୍ଧାଞ୍ଜଳି ସଭାରେ ମାଆଙ୍କ ସ୍ୱାମୀ ଶ୍ରୀ ଶ୍ୟାମ ସୁନ୍ଦର ନାୟକ, ପୁଅ (ସୌମ୍ୟ ରଞ୍ଜନ ଓ ସ୍ମୃତି ରଞ୍ଜନ), ଝିଅ (ସ୍ମିତାରେଖା), ଦୁଇ ଭାଇ (ଦିଲୀପ ଓ ପ୍ରତାପ ବିଶ୍ୱାଳ) ଏବଂ ପରିବାରର ସମସ୍ତ ବୋହୂ, ନାତି-ନାତୁଣୀ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।