ରାହାମା /କୁଜଙ୍ଗ , 09/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସାଙ୍ଗଠନିକ ସେବା ଓ ସଂସ୍କାର ର ଏକଶତ ବର୍ଷ ପୂର୍ତ୍ତି ଅବସରରେ ରାହାମା ମଣ୍ଡଳ ର ସାଇଲୋ ଗ୍ରାମ ପଞ୍ଚାୟତରେ ଆଜି ଗୃହ ଅଭିଯାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି।
କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ରାଜସ୍ୱଗ୍ରାମ ତେରମାଣପୁର ପଡ଼ାଗ୍ରାମ ବାଲିଆପଡା ରେ ଥିବା ହନୁମାନ ମନ୍ଦିର ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ମାନେ ଏକତ୍ରିତ ହୋଉ ପୂଜାର୍ଚ୍ଚନା ସହ ଜୟ ଶ୍ରୀରାମ ଧ୍ୱନିଦେଇ ହିନ୍ଦୁ ଧର୍ମ ଓ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଶପଥ ନେଇଥିଲେ। କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ କଟକ ବିଭାଗର ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଡକ୍ଟର ସୁନାକର ବେହେରା,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତାଳପଡାର ପ୍ରଧାନ ଆଚାର୍ଯ୍ୟ ତଥା ରାହାମା ଶାଖା କାର୍ଯ୍ୟବାହ ଶ୍ରୀକାନ୍ତ କୁମାର ଶତପଥୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କୁଜଙ୍ଗ ଖଣ୍ଡର ଖଣ୍ଡ ସେବା ପ୍ରମୁଖ ରାକେଶ କୁମାର ପତି,ସ୍ୱୟଂ ସେବକ ଭାଗବତ ସାହୁ,ଗୁରୁଜୀ ଅଜୟ କୁମାର ସ୍ୱାଇଁ, ଶିକ୍ଷକ ସୁରେଶ କୁମାର ନାୟକ,ପ୍ରଭୁ ପ୍ରସାଦ ସୁତାର, ରବୀନ୍ଦ୍ର ସାମନ୍ତରାୟ, ଚନ୍ଦ୍ରମଣି ସୁତାର, କୈଳାଶ ଜେନା, ମୁରଲୀଧର ସୁତାର ଇତ୍ୟାଦି ଉପସ୍ଥିତ ରହି ଗୃହ ଅଭିଯାନ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ ସହିତ ପ୍ରତ୍ୟେକ ପରିବାର କୁ ଯାଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଏକଶତ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସନାତନ ସଂକୃତି,ପରମ୍ପରା, ହିନ୍ଦୁତ୍ୱ ବିଚାର ଧାରାର ମହାନତା ଆଜି ଭାରତ କୁ ବିଶ୍ଵଗୁରୁ ର ମର୍ଯ୍ୟାଦା ଦେଇଅଛି ବୋଲି ବିବେଚନା କରିବା ସହିତ ଜଣେ କର୍ତ୍ତବ୍ୟ ନିଷ୍ଠ ସଚେତନ ସୁନାଗରିକ ହେବାସହିତ କିପରି ସାମାଜିକ ସମରସତା, ପରିବେଶ ସରକ୍ଷଣ, ପରିବାର ପ୍ରବୋଧନ, ଚରିତ୍ର ଗଠନ, ଶାରୀରିକ ମାନସିକ, ବୌଦ୍ଧିକ ବିକାଶ ଏବଂ ନାଗରିକ କର୍ତ୍ତବ୍ୟ ବୋଧ ପ୍ରତି ପ୍ରଯତ୍ନଶୀଳ ରହି ରାଷ୍ଟ୍ର ଗଠନରେ ନିଜକୁ ଉତ୍ସାର୍ଗିକୁତ ସହ ଜଣେ ସୁ ନାଗରିକ ଭାବେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ହିଁ ସଂଘର ମୂଳ ମନ୍ତ୍ର ବୋଲି ପ୍ରତେକ ପରିବାର ରେ ପହଞ୍ଚାଇ ପାରିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଗୃହ ଅଭିଯାନ ସଫଳ ହୋଇ ପାରିବ ବୋଲି ଡ଼ଃ ବେହେରା ପ୍ରକାଶ କରିଥିଲେ।