ବୁଗୁଡ଼ା, 10/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ କଲେଜ ପରିସରରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେବା ସହ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଉଦଘାଟନ କରିବା ସହ ପାଠଚକ୍ରରେ ଅଧ୍ୟକ୍ଷତା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ତୃତୀୟ ବର୍ଷର ଛାତ୍ରୀ ଆଶା ବିଷୋୟୀ, କିରଣବାଳା ବିଷୋୟୀ, ଇତିସ୍ମିତା ସ୍ୱାଇଁ ଓ ଲିପିକା ସ୍ୱାଇଁ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ମାନବାଧିକାରର ଐତିହାସିକ ମୂଲ୍ୟବୋଧ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଲୋକନାଥ ବେହେରା ସାଂପ୍ରତିକ ସମୟରେ ମାନବାଧିକାରର ଅପବ୍ୟବହାରର କାରଣ ଓ ଏହାର ସମାଧାନ ବିଷୟ ଉପସ୍ଥାପନ କରିଥିଲେ। ଶେଷରେ ପ୍ରଥମ ବର୍ଷର ଛାତ୍ର ସୋମିତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।