ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମାଜସେବୀ ନରହରି ସ୍ୱାଇଁ ଅସୁସ୍ଥ

ଜଗତସିଂହପୁର, 10/12/2025, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ତିର୍ତୋଲ ବ୍ଲକ ସାମନ୍ତରାପୁର ଗ୍ରାମପଂଚାୟତ କୂଳସାମନ୍ତରାପୁର ଗ୍ରାମର ବରିଷ୍ଠ ସମାଜସେବୀ ନରହରି ସ୍ୱାଇଁ ଅସୁସ୍ଥ |ବୟସାଧିକ କାରଣରୁ ସେ ବର୍ତ୍ତମାନ ଶଯ୍ୟାଶାୟୀ |ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନିଶାମଣି ଖୁଣ୍ଟିଆଙ୍କର ସେ ଅନ୍ୟତମ ସହଯୋଗୀ ଥିଲେ |1970ମସିହାରେ କଂଗ୍ରେସଦଳରେ ଯୋଗଦେଇ, ଓଡିଶା ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ |1980ମସିହାରେ ନିଜର ମାଉସୀପୁଅ ଭାଇ ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କୁ ବିଧାୟକ ଭାବରେ ବିଜୟଲାଭ କରାଇଥିଲେ |1985ରୁ 1990ପର୍ଯ୍ୟନ୍ତ ସେ ତିର୍ତୋଲବ୍ଲକ ର ଚେୟାରମ୍ୟାନ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ|ସେ ଜଣେ ସଚୋଟ କଂଗ୍ରେସ କର୍ମୀ|ତାଙ୍କର ଆଶୁ ଆରୋଗ୍ୟ କାମନା କରି ସାମ୍ବାଦିକ ନୃସିଂହ ଚରଣ ବାରିକ, ଗୌରାଙ୍ଗ ଚରଣ ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ମାନସ ସୁତାର, ନୃସିଂହ ମଲ୍ଲିକ, ବେଣୁଧର ନାୟକ, ପ୍ରଶାନ୍ତ ରାଉତ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧକ୍ଷ ଗଗନ ବିହାରୀ ସାହୁ, ଜ୍ୟୋତି ରଞ୍ଜନ ପରିଡା, ତପନ କୁମାର ରାଉତରାୟ, ଉପକୂଳ ଓଡିଶା ବିକାଶ ପରିଷଦ କର୍ମକର୍ତ୍ତା ଡକ୍ଟର ଧୃତିଧର ଦାସ, ବିକ୍ରମ ମହାନ୍ତି, ଡକ୍ଟର ଅରୁଣ ପାଣି, ସରୋଜ ନାୟକ ପ୍ରମୁଖ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ନିବେଦନ କରିଛନ୍ତି|
Article Image
Article Image
10