ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦାବିହୀନ ଜମାରାଶି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା, 11/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଲିଡ଼ ବ୍ଯାଙ୍କ କାର୍ଯ୍ୟାଳୟ, ରାୟଗଡ଼ ଆନୁକୁଲ୍ଯରେ ଆସନ୍ତା ଡିସେମ୍ବର ୧୨ ତାରିଖ ଶୁକ୍ରବାର ପୂର୍ବାହ୍ନ ଘ ୧୧:୦୦ ମି. ସମୟରେ ସ୍ଥାନୀୟ ମ୍ୟୁନିସିପାଲଟି ଟାଉନ ହାଲ ଠାରେ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହେବ । “ଆପଣଙ୍କ ପୁଞ୍ଜି , ଆପଣଙ୍କ ଅଧିକାର “ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନା ହେବ । ଶିବିର ରେ ଦାବି ହୀନ ଖାତା ସମ୍ବନ୍ଧୀୟ ସବିଶେଷ ସୂଚନା ପ୍ରଦାନ କରାଯିବ । ଜନସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କୁ ସଫଳ କରିବା ପାଇଁ ରାୟଗଡ଼ ଜିଲ୍ଲାର ସମସ୍ତ ବ୍ଯାଙ୍କ, ଜୀବନ ବୀମା ସଂସ୍ଥା ମିଳିତ ଆନୁକୁଲ୍ଯରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ ଦେବେନ୍ଦ୍ର କୁମାର ବାଉରୀ ସୂଚନା ଦେଇଛନ୍ତି । ପ୍ରବନ୍ଧକଙ୍କ ତଥ୍ୟ ଅନୁଯାୟୀ ଏଜାବତ ଜିଲ୍ଲାର ୧୬ ବିଭିନ୍ନ ବ୍ୟାଙ୍କର ୬୬୨୪୨ଟି ଦାବିହୀନ ଜମାଖାତାରେ ୨୫.୯୭ କୋଟି ଟଙ୍କାର ଜମାରାଶି ପଡିରହିଛି ।
Article Image
Article Image
Article Image
6