ବୁଗୁଡ଼ା, 11/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବାଧିକାର ଦିବସ ବୁଗୁଡା କୋର୍ଟ ବାର ଏସୋସିଏସନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମାନବାଧିକାର ଦିବସ ଉପଲକ୍ଷେ ବିଚାରପତି ତଥା ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ ସୁଧା ଶ୍ରୀ ସୁର୍ଝାଳିଆଙ୍କ ଅଧ୍ୟକ୍ଷତାରେ ବୁଗୁଡା ବାର ଏସୋସିଏସନ ସଦସ୍ୟ ଓ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପୂର୍ବରୁ ତାଲୁକା ଆଇନ ସେବା ପ୍ରାଧିକରଣ ଓ ବାର ଏସୋସିଏସନ ପକ୍ଷରୁ ମିଳିତ ଭାବେ କୋର୍ଟ ପରିସରରେ ହୃଦଘାତ ଯୋଗୁଁ ମୃତ୍ୟୁ ବରଣ କରିଥିବା ଆଡଭୋକେଟ ପ୍ରକାଶ ଚନ୍ଦ୍ର ଭୂୟାଁଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ସହ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।