ଜଗତସିଂହପୁର, 11/12/2025, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ ) :

ଦୀର୍ଘବର୍ଷଧରି କଟକ ସହରରେ ରହି ସାରସ୍ୱତ ସାଧନାରେ ନିଜ ଜୀବନକୁ ସମର୍ପି ଦେଇଥିବା କବି ରବିନାରାୟଣ ରାୟଙ୍କର ଗତ ମଙ୍ଗଳବାର 79ବର୍ଷ ବୟସରେ ଦେହାନ୍ତ ହୋଇଛି|ସେ ଅନେକ ଗୁଡିଏ ପୁସ୍ତକ ରଚନା କରିଛନ୍ତି ଓ ଅନେକ ଗୁଡିଏ ରଚନା ପ୍ରକାଶିତ ହୋଇପାରିନାହିଁ|ସାରସ୍ୱତ କାର୍ଯ୍ୟକ୍ରମ ପାଇଁ ତାଙ୍କର ସମୟ ଓ ଆର୍ଥିକ ଉପଯୋଗ ଆଗାମୀ ପିଢ଼ି ପାଇଁ ଉଦାହରଣ|ସରକାରୀ ଚାକିରୀ ରୁ ଅବସର ନେବାପରେ ସେ ନିଜ ଗ୍ରାମ ନିଆଳି ବ୍ଲକ ବାହାରଣା ଗ୍ରାମ ପଂଚାୟତ ର ବାଗଲଗଡ଼ ରେ ରହୁଥିଲେ|ଜୀବନର ଶେଷ ପର୍ଯ୍ୟନ୍ତ ସେ ଲେଖା ଲେଖି କରୁଥିଲେ|କବି ଓ ସାହିତ୍ୟିକ ମାନଙ୍କୁ ଖୁଵ ଭଲ ପାଉଥିଲେ|ତାଙ୍କର ସାରସ୍ୱତ ସାଧନା ପାଇଁ, ଓଡିଶା ର ବିଭିନ୍ନ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଦ୍ୱାରା ସମ୍ମାନିତ କରାଯାଇଛି|ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ସୁଧାକର ସାରଦାଙ୍କ ସମ୍ପାଦନା ରେ ପ୍ରକାଶିତ ମାସିକ ସମାଲୋଚନା ପତ୍ରିକା "କଜଳ ପାତିଆ ଭଲ ଲୋକ"ଓ ସାପ୍ତାହିକ ପତ୍ରିକା"ଟେଲିଗ୍ରାମ"ର ପ୍ରକାଶନ ପାଇଁ ସମସ୍ତ ପ୍ରକାର ଆର୍ଥିକ, ଶାରୀରିକ, ଓ ସମ୍ପାଦକୀୟ ସହଯୋଗ କରିଥିଲେ|ତାଂକ ବିୟୋଗରେ ଉତ୍କଳ ସାହିତ୍ୟ ସମାଜ ର ବରିଷ୍ଠ ସଭ୍ୟା କବୟିତ୍ରୀ କୁନ୍ତଳା କୁମାରୀ ବେହେରା, ଦେବୀ ସାହିତ୍ୟ ସାଂସଦବରିଷ୍ଠ ସଭ୍ୟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସିଡିଏ, କଟକ, ଜଗତସିଂହପୁର ଲେଖିକା ପରିଷଦ ସଭାପତି କବୟିତ୍ରୀ ତିଳତମା ଦାଶ, ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି, ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ, ଅଞ୍ଜନା ପତ୍ରିକାର ସମ୍ପାଦକ ଅରୁଣ କୁମାର ଆଚାର୍ଯ୍ୟ, ପରିଦର୍ଶକ ପତ୍ରିକାର ସମ୍ପାଦକ ସାମ୍ବାଦିକ ବାବା ଲଲାଟେନ୍ଦୁ କେଶରୀ, ଯାଜ୍ଞସେନୀ ପତ୍ରିକାର ସମ୍ପାଦକ ସାମ୍ବାଦିକ ନରେଶ ଜେନା, ଦୀପାଞ୍ଚଳ ପୂଜ୍ୟପୂଜା ସ୍ମୃତି କମିଟି ରୁ ଅଶୋକ କୁମାର ପାତ୍ର, ଅନିରୁଦ୍ଧ ମଲ୍ଲିକ, କାଳନ୍ଦୀ ପ୍ରଧାନ, ପ୍ରଦୀପ୍ତ କୁମାର ସ୍ୱାଇଁ, ରମାକାନ୍ତ ସ୍ୱାଇଁ, ଜ୍ଞାନରଞ୍ଜନ ସେନାପତି, ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି, ଉପକୂଳ ଓଡିଶା ବିକାଶ ପରିଷଦ ରୁ ଡକ୍ଟର ଧୃତିଧର ଦାସ, ଡକ୍ଟର ଅରୁଣ କୁମାର ପାଣି, ସାମ୍ବାଦିକ ନୃସିଂହ ଚରଣ ବାରିକ, ଗୌରାଙ୍ଗ ଚରଣ ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ତପନ କୁମାର ରାଉତରାୟ, ଜ୍ୟୋତି ରଞ୍ଜନ ପରିଡା, ସରୋଜ ନାୟକ, ସମାଜ ସେବୀ ନ୍ୟାୟବ୍ରତ ରାଉତ, ପିତାମ୍ବର ରାଉତ, ଯୋଗେନ୍ଦ୍ର ଦାସ, ଆଡ଼ଭୋକେଟ ସୁଶାନ୍ତ କୁମାର ବିହାରୀ, ସଚ୍ଚିଦାନନ୍ଦ ନାୟକ, ଭରତ ମଲ୍ଲିକ, କଟକ ଜିଲ୍ଲା ଦୁଗ୍ଧ ଉତ୍ପାଦକ ସଂଘ ସଭାପତି ସମାଜ ସେବୀ ଆର୍ତତ୍ରାଣ ପତି, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି |