ଭୁବନେଶ୍ଵର, 12/12/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାଜ୍ ମିଡିଆ ଲକ୍ଷ୍ମୀଟେଲିଭିଜନ ନେଟୱାର୍କର ନ୍ୟୁଜ ଚ୍ୟାନେଲରିପବ୍ଲିକ ଓଡ଼ିଶାର ନବମ ସ୍ୱନକ୍ଷତ୍ର ଉତ୍ସବ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ
ହୋଇଯାଇଛି। ଏହି କାର୍ଯ୍ୟକ୍ରମରକୁପୂର୍ବତନ ଲୋକସଭା ସାଂସଦ ତଥା କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଝିନ୍ନ ହିକକା ଉଦ୍ଘାଟନକରିଥିଲେ। ବିଷମକଟକ ବିଧାୟକ ନିଳମାଧବ ହିକକାରାୟଗଡ଼ା ସାଂସଦ ପ୍ରତିନିଧ୍ଦିଲୀପ କୁମାର ପଟ୍ଟନାୟକ, ଭୁବନେଶ୍ବରମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ଶିକ୍ଷାବିତ ଓ କବି ଡଃ ଚିତ୍ତରଞ୍ଜନ ବିଶ୍ବାଳମୂଖ୍ୟବକ୍ତା ଭାବେ ଯୋଗଦେଇ 'ରାଜନୈତିକପଶାପାଲିରେ ଗଣମାଧ୍ୟମ ବଳି ପଡୁଛି'ଶୀର୍ଷକ ଆଲୋଚନା ଚକ୍ରରେ ଭାବଗର୍ଭକ
ଆଲୋଚନା କରିଥିଲେ। ଗଣମାଧ୍ୟମରଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ।ଗଣତନ୍ତ୍ରର ସୁରକ୍ଷା ପାଇଁ ସାମ୍ବାଦିକଙ୍କ ଭୂମିକାଗୁରୁତ୍ବପୂର୍ଣ୍ଣ ବୋଲି ବକ୍ତାମାନେ ପ୍ରକାଶକରିଛନ୍ତି। ରାଜ୍ ମିଡିଆ ଲକ୍ଷ୍ମୀ ଟେଲିଭିଜନନେଟୱାର୍କର ନିର୍ଦେଶକ ଡଃ ରାଜେଶ କୁମାରମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟଅତିଥ୍ ମାନଙ୍କ ମଧ୍ୟ ରେ ବରିଷ୍ଠ ଆଇନଜୀବୀଦିଲୀପ କୁମାର ମହାପାତ୍ର, ସମାଜସେବୀ ଇ.ସନ୍ତୋଷ କୁମାର ହୋତା, ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଗଣତନ୍ତ୍ରର
ସୁରକ୍ଷା ରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣବୋଲି କହିଥିଲେ | ହରିହର ଶତପଥୀ ବାର୍ଷିକବିବରଣୀ ପାଠ କରିଥିଲେ। ବୀରେନ୍ଦ୍ର ପାଣ୍ଡେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ତ୍ରିନାଥ
ବେସ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ଏହାସହ ଏହି କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ସଂପନ୍ନ ହେବ ସେଥିପାଇଁ ରାୟଗଡ଼ା ଜିଲ୍ଲା ବ୍ୟୁରୋହେଡ ପ୍ରଫୁଲ୍ଲ କୁମାର ବେହେରା ସହ କାଶିପୁର ବ୍ଲକ ପ୍ରତିନିଧି ଅରବିନ୍ଦ ସାହୁ ସହ ବିଷମକଟକ ରିପୋର୍ଟର କାଶିନାଥ ପାଲ୍ ଓ ମାଲକାନଗିରି ଜିଲ୍ଲାର ରିପୋର୍ଟର ରୁଦ୍ରପ୍ରତାବ ରଥ ସହ ଯୋଗ କରିଥିଲେ ଏହିକାର୍ଯ୍ୟକ୍ରମରେ ୮୦ ରୁ ଉର୍ଦ୍ଧ ଦରିଷ୍ଠ ଓ ଯୁଦସାମ୍ବାଦିକ, କଳାକାର, ସମାଜସେବୀଙ୍କୁସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା