ତିର୍ତ୍ତୋଲ, 12/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ତେଣ୍ଡାକୁଡା ରାଆଁଳ ଗ୍ରାମରେ ଆଧ୍ୟାତ୍ମିକ ପରିବେଶରେ ଦ୍ୱିତୀୟ ବାର୍ଷିକ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ପାରାୟଣ ର ଷଷ୍ଠ ଦିବସରେ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ଙ୍କ ଜନ୍ମ ଏବଂ ନନ୍ଦଉତ୍ସବ ପ୍ରସଙ୍ଗକୁ ଅମୃତରସ ମାଧୁର୍ଯ୍ୟ ଭକ୍ତିଭାବରେ ପ୍ରଦାନ କରି ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଆଧ୍ୟାତ୍ମିକ ଚେତନାରେ ବିମୋହିତ କରିଥିଲେ। ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ ସଦସ୍ୟ ତଥା ସମାଜସେବୀ ଡକ୍ଟର ସୁନାକର ବେହେରା ସଂମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ ଏକ ମାତ୍ର ଆଧ୍ୟାତ୍ମିକ ଜ୍ଞାନ ହିଁ ସମାଜକୁ ସୁସ୍ଥ ଆଉ ଆଦର୍ଶ ସମାଜ ଗଠନ କରି ସାଧାରଣ ମଣିଷକୁ ଉତ୍ତମ ଚରିତ୍ର ଗଠନ ଓ ସୁଖ,ଶାନ୍ତି, ଆନନ୍ଦ ପ୍ରଦାନ କରିପାରିବ। ପାରାୟଣର ଧାରାବାହିକ ବ୍ୟାସ ରାମାୟଣୀ ପଣ୍ଡିତ ଅଭୟ ଦାଶ ମଞ୍ଚ ସଂଚାଳନ କରି ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ମଞ୍ଚ ମଣ୍ଡନ କରିଥିବା ଅତିଥି ମାନଙ୍କ ମଧ୍ୟରେ ମା"ସାରଳାଙ୍କ ସେବକ ପ୍ରମୋଦ ପଣ୍ଡା,ମା ସନ୍ତୋଷୀ ସେବକ ଅରୁଣ ବାବା,ପରମ ଶିଷ୍ୟ ଯଶୋବନ୍ତ ରାଉତ, ପ୍ରଶାନ୍ତ ବାବା, ବିପିନ ବରାଳ, ଗୁରୁକୃପା କୁଟୀର ଆଚାର୍ଯ୍ୟ ବିଷ୍ଣୁ ଚରଣ ପାଢ଼ୀ, ପଣ୍ଡିତ ରବି ନାରାୟଣ କଣ୍ଠ, ପୁରୋହିତ ବିଭୁତି ଭୂଷଣ ଦାଶ, ପଣ୍ଡିତ ପ୍ରଭାତ ରଞ୍ଜନ କର ଓ କଟକ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ପରିଚାଳକ ଅଟଳ ବିହାରୀ ଦାଶ ଇତ୍ୟାଦି। ରାଆଁଳ ଗ୍ରାମର ଭାଗବତ ପରିବାର ତରଫରୁ ସେବକ ଅଭୟ ରାଉତ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସହିତ ଉତ୍ତରୀୟ ଓ ପୁଷ୍ପ ହାର ପ୍ରଦାନ କରିଥିଲେ।