ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଘୁଆ ଜଳସେଚନ ପ୍ରକଳ୍ପର ରବି ଋତୁ ଚାଷ ନିମନ୍ତେ ଅଧିବେଶନ

ବୁଗୁଡ଼ା, 12/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ସ୍ଥିତ ବାଘୂଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଦିନ ରବି ଋତୁ ଚାଷ ନିମନ୍ତେ ଜଳ ଯୋଗାଣ ସଂପର୍କିତ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
Article Image
ଉକ୍ତ ଅଧିବେଶନରେ ବାଘୂଆ ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ଇଂ କୃଷ୍ଣ ଚନ୍ଦ୍ର ପାଳ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ସଭାପତି ରବି ଋତୁରେ ବାଘୂଆ ଜଳସେଚନ ପ୍ରକଳ୍ପର ଆୟକଟ୍ ଅଞ୍ଚଳର ଉପରି ମୁଣ୍ଡରେ ଚାଷ କାର୍ଯ୍ଯ କରିବା ପାଇଁ ଚାଷୀମାନଙ୍କୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ବାଘୂଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ଶତକଡା ୯୩ .୪ ରହିଥିଲେ ମଧ୍ଯ ଅଯଥା ଜଳର ଅପଚୟ ନକରିବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।ବୈଠକରେ ବୁଗୁଡ଼ାକୃଷି ଅଧିକାରୀ ହରପ୍ରିୟା ବେହେରା ଓ ପୋଲସରା କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢୀ ଯୋଗଦେଇ ସରକାରଙ୍କ କୃଷି ବିଭାଗ ସଂପର୍କିତ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇ ଥିଲେ। ସେହିପରି ବୈଠକରେ ସହକାରୀ ଉଦ୍ଯାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା ବିଲାତି ଆଳୁ ଚାଷ ସଂପର୍କରେ ଆଲୋକପାତ କରିବା ସହ ଆସନ୍ତା ରବିଋତୁରେ ଆଳୁ ଚାଷ କରରିବା ସକାଶେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ରବିଋତୁରେ ବାଘୂଆ ଜଳଭଣ୍ଡାରରେ ଥିବା ଗଛିତ ଜଳକୁ ବାଘୂଆ ଜଳଭଣ୍ଡାରର ଉଭୟ ବାମ ଓ ଡାହାଣ କେନାଲ ଦେଇ ୨୦କିମି ପର୍ଯ୍ୟନ୍ତ ଆସନ୍ତା ୧୬/୧/୨୬ ତାରିଖ ଠାରୁ ପର୍ଯ୍ୟାୟକ୍ରମେ ୫ ଟି ପର୍ଯ୍ୟାୟରେ ଜଳ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା ।ଏଥିରେ ସହକାରୀ ଯନ୍ତ୍ରୀ ଇଂ ବିଶ୍ବଜୀବନ ମହାପାତ୍ର ସହଯୋଗ କରିଥିବା ବେଳେ ସହକାରୀ ଯନ୍ତ୍ରୀ ଇଂ କେଶବ ଖଟାଇ ସ୍ବାଗତ ଭାଷଣ ଓ ଇଂ ପୂର୍ଣ୍ଣଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅଧିବେଶନରେ ବହୁ ଚାଷୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ। ଏ ସଂପର୍କରେ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀଙ୍କୁ ମଧ୍ଯ ଅବଗତ କରାଯାଇଛି ବୋଲି ସହକାରୀ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ ସୂଚନା ଦେଇଥିଲେ।
4