ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୭୫୦୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ।

ରାୟଗଡ଼ା / ଗୁଡାରି , 14/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଗୁଡାରି ଥାନା ଅନ୍ତର୍ଗତ ଖଇରାଗୁଡା ନିକଟରେ ବେଆଇନ ଭାବେ ଚାଷ ହୋଇଥିବା ୭୫୦୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ। ଗୁଡାରି (୧୩/୧୨) ଗୁଡାରି ଥାନା ଅନ୍ତର୍ଗତ ଖଇରାଗୁଡା ନିକଟରେ ବେଆଇନ ଭାବେ  ୨. ୫ ଏକର ଜମିରେ ଚାଷ ହୋଇଥିବା ୭୫୦୦ ଗଞ୍ଜେଇ ଗଛ ନଷ୍ଟ କଲା ସ୍ଥାନୀୟ ପ୍ରଶାସନ ଓ ପୋଲିସ। ରାୟଗଡା ଏସପି ସ୍ଵାଥୀ ଏସ. କୁମାରଙ୍କ ନିର୍ଦ୍ଧେଶ କ୍ରମେ ଗୁଣୁପୁର ଏସଡ଼ିପିଓ ବାବୁଲି ନାୟକଙ୍କ ଉପସ୍ଥିତିରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁଙ୍କ ତତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ, ବନ ବିଭାଗ, ଅବକାରୀ ବିଭାଗ ଓ ପୋଲିସ ବିଭାଗ ଙ୍କ ମିଳିତ ଭାବେ ଏହି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏ ନେଇ ସ୍ଥାନୀୟ ଥାନାରେ ଥାନା କେଶ ନମ୍ବର ୧୩୭/୨୫ ରୁଜୁ ହୋଇଛି।
7