ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ l

ପାରାଦୀପ ଗଡ , 14/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ର "ଭୂମିକା ଚକ୍ଷୁ ଡାକ୍ତର ଖାନା" ସହାୟତାରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ମେଗା ଚକ୍ଷୁ ଚିକିତ୍ସା ଅନୁଷ୍ଠିତ ହୋଇ ଯାଇଛି l
Article Image
ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ୧୬୧ ଜଣ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ l ସେମାନଙ୍କ ମଧ୍ୟରୁ ୧୧ ଜଣ ଚକ୍ଷୁ ରୋଗୀ ଙ୍କୁ ଅସ୍ତ୍ର ପ୍ରଚାର ନିମନ୍ତେ ଭୂମିକା ହସ୍ପିଟାଲ, ଜଗତସିଂହପୁର କୁ ନିଆଯାଇଛି l ସେମାନଙ୍କର ଚକ୍ଷୁ ଅସ୍ତ୍ର ପ୍ରଚାର ସହିତ ରହିବା, ଖାଇବା ଓ ଯିବା ଆସିବା ଖର୍ଚ ଭୂମିକା ହସ୍ପିଟାଲ ବହନ କରିବ ବୋଲି ଭୂମିକା ହସ୍ପିଟାଲ ମ୍ୟାନେଜର ଶ୍ରୀ ବୈଲୋଚନ ସ୍ୱାଇଁ ଙ୍କ ଠାରୁ ପ୍ରକାଶ l ଉକ୍ତ ଚକ୍ଷୁ ଚିକିତ୍ସା ଶିବିର କୁ ବିବେକାନନ୍ଦ ବେହେରା, ଶିଳ୍ପା ବେହେରା ପ୍ରୋତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶୁଭଜ୍ୟୋତି ସେଠୀ, ମୌସୁମୀ ମଲ୍ଲିକ, ମଧୁସ୍ମିତା କାଣ୍ଡି, ସୋନି ପ୍ରଧାନ, ପ୍ରଜ୍ଞାପରମିତା ଭୋଇ, ଅଜୟ କୁମାର ଦାସ ପ୍ରମୁଖ ଚକ୍ଷୁ ଚିକିତ୍ସା ଶିବିର କୁ ପରିଚାଳନା କରିଥିଲେ l ଚନ୍ଦ୍ର ଶେଖର ଚୌଧୁରୀ, ବିଚିତ୍ର ପ୍ରଧାନ, ପ୍ରଭାତ ସାହୁ ପ୍ରମୁଖ ସହଯୋଗ କରିଥିଲେ l
Article Image
Article Image
Article Image
5