ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୯୯୬ ବ୍ୟାଚର ବନ୍ଧୁମିଳନ ଅନୁଷ୍ଟିତ ।

ତିର୍ତ୍ତୋଲ, 14/12/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
Article Image
ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ପଞ୍ଚାୟତ ର ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୬ ମସିହା ମେଟ୍ରିକ୍ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଛି ଛାତ୍ର ସ୍କୁଲ ର ସେହି ଦିନର କିଛି ପୁରୁଣା ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଯୋଗ କରିଥିଲେ । ଚଳିତ ବର୍ଷ ଏହି ବନ୍ଧୁ ମିଳନ କରିବାରେ କିଛି ଛାତ୍ରଙ୍କ ଭିତରୁ ପ୍ରମୁଖ ଭୂମିକା ନେଇଥିବା ବ୍ୟକ୍ତି ମାନେ ହେଲେ ଅଜୟ ବାରିକ, , ସାନ୍ତୁନ ନାୟକ , ଶିବ ପ୍ରସାଦ ଦଳାଇ ଜସ୍ୱୋଷି ନାୟକ, ସୁଶାନ୍ତ ନାୟକ(ସରପଞ୍ଚ), ବାପୁନି ନାୟକ,ଗଙ୍ଗାଧର ଖଟୁଆ,ଅଶୋକ ଖୁଣ୍ଟିଆ,ସୁବ୍ରତ ସ୍ୱାଇଁ,ପରେଶ୍ ସାହୁ ପ୍ରମୁଖ ବନ୍ଧୁ ମାନେ ସବୁ ମିଶିକି ଚଳିତ ବର୍ଷ ୧୯୯୬ ମେଟ୍ରିକ୍ ବ୍ୟାଚ୍ ର ସାଙ୍ଗ ମାନଙ୍କୁ ଏକଜୁଟ କରିବାରେ ସକ୍ଷମ ହୋଇଥିଲେ । ଏହା ଭିତରେ ଚାଲିଥିଲା ଭୋଜି ଭାତ ର ଆୟୋଜନ। ଏହି ବନ୍ଧୁ ମିଳନ କର୍ଯ୍ୟକର୍ମ ରେ ୧୯୯୬ ମେଟ୍ରିକ୍ ବ୍ୟାଚ୍ ର ପ୍ରାୟ ୧୫୦ ରୁ ଅଧିକ ସାଙ୍ଗ ମାନେ ଯୋଡି ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ ବହୁଦିନ ପରେ ପୁରୁଣା ବନ୍ଧୁ ମାନଙ୍କୁ ପାଇ ବନ୍ଧୁ ମାନେ ସ୍ପରସ୍ପର ଭିତରେ ସେଇ ଦିନର ପୁରୁଣା ସ୍ମୃତିକୁ ମନେ ପକାଇ ଆତ୍ମ ବିଭୋର ହୋଇ ପଡିଥିଲେ । ସେହିପରି ପରସ୍ପର କୁ ଆଲିଙ୍ଗନ କରି ନିଜ ଭିତରେ କୃତଜ୍ଞତା ପ୍ରକାଶ କରିଥିଲେ । ପ୍ରତ୍ୟେକ ବନ୍ଧୁ ଅନେକ ଦିନ ପରେ ଦେଖା ହୋଇ ଥିବାରୁ ନିଜ ନିଜ ଅଭୁଲା ସ୍ମୃତି କୁ ବଖାଣି ଥିଲେ । ସମସ୍ତଙ୍କ ମନ ଭିତରେ ଥିଲା ସେହି ପିଲା ଦିନର ଖୁସି ମୁହୂର୍ତ୍ତ। ପରିଶେଷରେ ସମସ୍ତ ସାଙ୍ଗ ମାନେ ଏକାଠି ହୋଇ ସମସ୍ତ ସାଙ୍ଗ ଙ୍କୁ ଏକାଠି କରିଥିବା କିଛି ଆଗଧାଡିର ପିଲା ମାନଙ୍କୁ ଧନ୍ୟବାଦ ଦେବା ସହ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୁଣି ଆଗାମୀ ବର୍ଷ ୨୦୨୬ ଡିସେମ୍ବର ୧୪ ତାରିଖରେ ପାଳନ କରିବେ ବୋଲି ସବୁ ସାଙ୍ଗମାନେ ମିଶି ପ୍ରତିଶ୍ରୁତି ଦେଇଥିଲେ ।
89