ଏରସମା, 14/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ଏରସମା ଶ୍ରୀ ଡ.ଦାମୋଦର ରାଉତ ଙ୍କ ୮୪ତମ ଜୟନ୍ତୀ ଉତ୍ସବ
ଏରସମା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ର ସଭ୍ୟ ତଥା ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ ଙ୍କ ତତ୍ୱାବଧାନ ରେ ଜୟନ୍ତୀ ଉତ୍ସବ ପାଳିତ ହୋଇଅଛି।ପ୍ରଥମେ ଡ଼ା. ରାଉତ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ କଣ୍ଠ ଶିଳ୍ପୀ ବୈଦ୍ୟନାଥ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଆଞ୍ଚଳିକ ପୂଜ୍ୟପୂଜା ସଂସଦ ଏରସମା ର ସଭାପତି ପଣ୍ଡିତ ନାଗୁ ଚରଣ ଦେବତା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ସ୍ୱର୍ଗତ ଡ଼ା. ରାଉତ ଙ୍କ ର ସୁକନ୍ୟା ପ୍ରୀତିନନ୍ଦା ରାଉତରାୟ ଯୋଗ ଦେଇ ଥିଲେ ଏବଂ ଅନ୍ୟ ଅତିଥି ମାନଙ୍କ ମଧ୍ୟ ରେ ପୂଜ୍ୟପୂଜା ସଂସଦ ର ସମ୍ପାଦକ ମହେଶ୍ୱର ସ୍ୱାଇଁ, ସମାଜ ସେବି ଧୀରେନ୍ଦ୍ର ଚୌଧୁରୀ, ପୂର୍ବତନ ସରପଞ୍ଚ ଦୀପ୍ତି ରଞ୍ଜନ କୁଁଅର, ତପନକୁମାର ଗଛାୟତ,ବିଜେଡି ଉପ ସଭାପତି ବିଜୟ ସ୍ୱାଇଁ, ସମାଜ ସେବି ଧ୍ଵଜରାଜ ଖଣ୍ଡୁଆଳ, ବରିଷ୍ଠ ନାଗରିକ ଅରୂପାନନ୍ଦ ସ୍ୱାଇଁ, ଶିକ୍ଷାବିତ୍ ନିମାଇଁ ଚରଣ ମଲ୍ଲିକ, ଅଭୟ କୁମାର ପ୍ରଧାନ, ତୁଷାର କୁମାର ଲେଙ୍କା,କାରୁବାକୀ ନାୟକ, ସୁଷମା ପାତ୍ର, ଦେବେନ୍ଦ୍ର କୁମାର ସେଠି, ସ୍ବର୍ଣ୍ଣଲତା ରାଉତ,ପ୍ରମୁଖ ଯୋଗ ଦେଇ ଡ଼ା. ରାଉତ ଜଣେ ଓଡିଶା ର ଦକ୍ଷ ରାଜନୈତିକ ଓ ସ୍ୱାଭିମାନୀ ନେତା ତଥା ଆଧୁନିକ ଏରସମା ନିର୍ମାତା ବୋଲି ମତ ପ୍ରକାଶ ପାଇବା ସହ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏଥୀରେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱପ୍ନା ପଲେଇ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରୀତିଲିପ୍ସା ସାହୁ, ତୃତୀୟ ସ୍ଥାନ ଅଧିକାର କରିଥିବା ଆରିଆନ ଦାସ, ଏବଂ କବିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବିପ୍ରାରାଣୀ ନାୟକ।ଏହି ପ୍ରତ୍ୟେକ ପ୍ରତିଯୋଗିଙ୍କୁ ପାଠ୍ୟ ଉପକରଣ ଏବଂ ୨୦୦ଟଙ୍କା ଲେଖାଁଏ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସହଯୋଗ କରିଥିଲେ।
