ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ସ୍ୱର୍ଗତ ମନୋଜ ଚୌଧୁରୀଙ୍କ ସ୍ମୃତିରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର : ୪୬ ୟୁନିଟ୍ ରକ୍ତ ସଂଗ୍ରହ

ବୁଗୁଡ଼ା, 14/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ୱର୍ଗତ ସମାଜସେବୀ ମନୋଜ କୁମାର ଚୌଧୁରୀଙ୍କ ସ୍ମୃତିରେ ତାଙ୍କ ପତ୍ନୀ ରୀନା ଚୌଧୁରୀଙ୍କ ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ୪୬ ଜଣ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ରକ୍ତ ସଂଗ୍ରହ ନିମନ୍ତେ ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କର ଏକ ସ୍ୱତନ୍ତ୍ର ଟିମ୍ ଶିବିରରେ ପହଞ୍ଚି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।ଏହି ଶିବିର ପରିଚାଳନା କରିବାରେ ଟି. ସୁଦର୍ଶନ ପାତ୍ର, ବି. ଗୋପାଳ ଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟାନ୍ୟ ସହଯୋଗୀମାନେ ସକ୍ରିୟ ସହଯୋଗ କରିଥିଲେ।
Article Image
6