କୁଜଙ୍ଗ , 15/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଅଧ୍ୟାପକଙ୍କ ମୃତ୍ୟୁକୁ ନେଇ ଧାରଣା,ଗତକାଲି ପାରାଦୀପ ଜିରୋ ପଏଣ୍ଟ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲି ଯାଇଥିଲା କଲେଜ ଅଧ୍ୟାପକ ଅଜୟ ରାଉତଙ୍କ ଜୀବନ।

କ୍ଷତିପୂରଣ ଦାବିରେ କୁଜଙ୍ଗ କଲେଜ ଛାତ୍ରଛାତ୍ରୀ ଓ ପରିବାର ପକ୍ଷରୁ କୁଜଙ୍ଗ ସନ୍ତରା ଛକରେ କଟକ ପାରାଦୀପ ରାସ୍ତା ଅବରୋଧ। ଗତକାଲି ପାରାଦୀପ ଜିରୋ ପଏଣ୍ଟ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ସ୍କୁଟି ଆରୋହୀ କୁଜଙ୍ଗ କଲେଜ ଅଧ୍ୟାପକ ଙ୍କ ମୃତ୍ୟୁ ହୋଇଥିଲା। ଅଜୟ ନିଜ ସ୍କୁଟିରେ ଘରୁ କୌଣସି କାର୍ଯ୍ୟ ବଶତଃ ପାରାଦ୍ୱୀପ କୁ ଯାଉଥିବା ସମୟରେ ଜିରୋ ପଏଣ୍ଟ ନିକଟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ସ୍ଥାନରେ ଠିକା ସଂସ୍ଥା ରାସ୍ତାକୁ ବ୍ଲକ କରି ଅନ୍ଧାରୁଆ ସ୍ଥାନ ଦେଇ ଗୋଟିଏ ପଟେ ଗାଡ଼ିକୁ ଯାତାୟାତ କରିବାକୁ ଛାଡିଥିବା ବେଳେ ବିପରୀତ ଦିଗରୁ ଅର୍ଥାତ୍ ପାରାଦୀପ ରୁ ଚଣ୍ଡିଖୋଲ ଅଭିମୁଖେ ଏକ ଖାଲି ଟ୍ରକ୍ ଦୃତ ଗତିରେ ଯାଉଥିବା ବେଳେ ରାସ୍ତା ସଙ୍କୁଚିତ ହୋଇଥିବାରୁ ଭାରସାମ୍ୟ ହରେଇ ସ୍କୁଟି ଚାଳକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସ୍କୁଟି ଚଳାଉଥିବା ଅଧ୍ୟାପକ ମୃତ୍ୟୁ ବରଣ କରିଥିଲେ । ଘଟଣା କୁ ନେଇ ଆଜି ସନ୍ତରା ଛକ ଠାରେ ଉତେଜନା ଦେଖାଦେଇଛି। କଲେଜ ଛାତ୍ରଛାତ୍ରୀ ମାନେ କଟକ ପାରାଦୀପ ରାସ୍ତା ଅବରୋଧ କରି ଧାରଣା ରେ ବସି ରହିଥିବା ବେଳେ ଘଟଣା ସ୍ଥଳରେ ଆଡସିନାଲ୍ ଏସପି, ତିର୍ତ୍ତୋଲ,ଏସଡିପିଓ,ତହସିଲଦାରଙ୍କ ସମେତ କୁଜଙ୍ଗ ଥାନା ଅଧିକାରୀ ଓ ଲକ୍ ଥାନା ଅଧିକାରୀ ପହଞ୍ଚି ଆଲୋଚନା କରି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଛି।