ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ପଞ୍ଚାୟତ ସମିତିର ୭ମ ବୈଠକ ଶେଷ ବ୍ଲକ କ୍ୟାମ୍ପସରେ ବିଧାୟକ ସାଂସଦ ସମର୍ଥକ ମୁହାଁମୁହିଁ

ଏରସମା, 29/01/2025, ଉତ୍କଳ voice news - utkalvoicenews.comଦୀର୍ଘ ୪ମାସ ପରେ ଏରସମା ପଞ୍ଚାୟତ ସମିତିର ୭ମ ଅଧିବେଶନ ସୁରୁଖୁରୁରେ ସମାପ୍ତ ହୋଇଥିବା ବେଳେ ଗୃହ ବାହାରେ ବିଜେଡି ବିଧାୟକ ସାରଦା ଜେନା ଓ ବିଜେପି ସାଂସଦ ବିଭୂ ତରାଇଙ୍କ ସମର୍ଥକ ମାନେ ଏକ ରକମ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା।
Article Image
ଅଧିବେଶନ ଆରମ୍ଭରୁ ବିଧାୟକ ଶ୍ରୀ ଜେନା ବୈଠକରେ ଉପସ୍ଥିତ ଥିବା ସମୟରେ ସାଂସଦ ଶ୍ରୀ ତରାଇ ଟିକିଏ ବିଳମ୍ବରେ ବୈଠକରେ ଭାଗ ନେଇଥିଲେ। ସାଂସଦ ବିଭୂପ୍ରସାଦ ତରାଇ ବ୍ଲକ କ୍ୟାମ୍ପସରେ ପହଁଚିବା କ୍ଷଣି ବିଜେପିର ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ ଓ ଜିଲ୍ଲା ଵିଜେପି କୋଷାଧ୍ୟକ୍ଷ ନିର୍ଲିପ୍ତ ଜେନା , ଜଟାଧାରୀ ସ୍ବାଇଁ ଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ ବିଜେପି କର୍ମୀ ଦଳୀୟ ନାରାବାଜି ଦେଇ ସାଂସଦ ଙ୍କୁ ପଞ୍ଚାୟତ ସମିତି ଗୃହ ପର୍ଯନ୍ତ ପାଛୋଟି ନେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗୃହ ବାହାରେ ରୁଣ୍ଡ ହୋଇଥିବା ଶତାଧିକ ବିଜେଡି କର୍ମୀ ବିଧାୟକ ସାରଦା ଜେନା ଜିନ୍ଦାବାଦ,ବିଜେଡି ଜିନ୍ଦାବାଦ ଧ୍ବନି ଦେଇଥିଲେ। ଉଭୟ ପକ୍ଷର ନାରାବାଜିରେ ବ୍ଲକ କ୍ୟାମ୍ପସ ପ୍ରକମ୍ପିତ ହୋଇଥିବା ବେଳେ କିଛି ସମୟ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ସ୍ଥିତି କୁ ଆସିଯାଇଥିବା ଦେଖିବାକୁ ମିଳିଥିଲା। ଖବରପାଇ ଏରସମା ଥାନାର ଭାରପ୍ରାପ୍ତ ଅଧିକାରୀ ନିରଞ୍ଜନ ଦାସ ସଦଳବଳେ ବ୍ଲକ କାର୍ଯ୍ୟାଳୟରେ ପହଁଚି ସ୍ଥିତି ନିୟନ୍ତ୍ରଣ କୁ ଆଣିଥିଲେ। ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସଭାପତିତ୍ବରେ ପଞ୍ଚାୟତ ସମିତିର ୭ମ ଅଧିବେଶନ ବେଶ୍ ସରଗରମ ହୋଇଥିଲା। ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ମନ୍ଥରତା,ଓ ନିମ୍ନମାନର କାର୍ଯ ନେଇ ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ସ୍ବାଇଁ ଏବଂ ଅନ୍ୟ ପିଆରଆଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଏରସମା ବ୍ଲକର ଆମ୍ବିକି ପଞ୍ଚାୟତର ପରମାନନ୍ଦ ଡିଆଁ,ସରବନ୍ତ ଜଗନ୍ନାଥ ଧାମ ଓ ଶିଆଳୀ ବେଳାଭୂମିକୁ ପର୍ଯଟନ ବିଭାଗ ମାଧ୍ୟମରେ ବିକଶିତ କରିବା ପାଇଁ ବିଧାୟକ ସାରଦା ପ୍ରସନ୍ନ ଜେନା ପଞ୍ଚାୟତ ସମିତି ଜରିଆରେ ପ୍ରସ୍ତାବ ରଖିଥିଲେ। ଏହି ବୈଠକରେ ସାଂସଦ ବିଭୂପ୍ରସାଦ ତରାଇ ପିଆରଆଇ ମେମ୍ବର ଙ୍କ ଦାବିକୁ ଯଥାର୍ଥ ବୋଲି ଦର୍ଶାଇ ଅଭିଯୋଗ ସଂପର୍କରେ ଯଥାଶିଘ୍ର ପଦକ୍ଷେପ ନେବାକୁ ସରକାରୀ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ବିଡ଼ିଓ ଦାଶରଥି ଜେନା,ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗୋଚ୍ଛାୟତ,ରାଣୀଟୁଡୁ, ପିନାକୀ ଦାସ,ଉପାଧ୍ୟକ୍ଷ ବିକାଶ ପରିଡ଼ା,ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଲାଇନ ଡିପାର୍ଟ‌‌‌ ମେଣ୍ଟର ଅଫିସର ଉପସ୍ଥିତ ଥିବା ବେଳେ ଜିପିଓ ବିଘ୍ନେଶ ଵେହେରା ବିବରଣୀ ପାଠ କରିଥିଲେ।
1