ତିର୍ତ୍ତୋଲ, 15/12/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା' ଜାଗୁଳାଇ କ୍ରିକେଟ ପଡ଼ିଆରେ ତୃତୀୟ ବର୍ଷର ପ୍ରଥମ ପଞ୍ଚାୟତ ସ୍ଥରୀୟ ସଟ୍ ବାଉଣ୍ଡରି ଧମାକା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟ ଗରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ ଓ ବର୍ତ୍ତମାନ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ ଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ବେଳେ ପୁରସ୍କାର ବିବରଣ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଯୁବକ ତଥା ସମସ୍ତଙ୍କର ପ୍ରିୟ ନାରାୟଣ ପରିଡ଼ା ଯୋଗଦେଇ ବିଜୟୀ ଟିମ୍ କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ରେ ଗରାମ ପଞ୍ଚାୟତ ର ମୋଟ ୮ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ମହାବୀର ଏକାଦଶ (ଭାରିଷୋଳ) ସହିତ ଆର୍ କେ ଏକାଦଶ (କୋପାଳ) କ୍ରିକେଟ୍ ଟିମ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ରେ ଆର୍ କେ ଏକାଦଶ ପ୍ରଥମେ ବ୍ୟାଟିଂ କରି ତିନି ଓଭର ରେ ୫ ଟି ୱିକେଟ୍ ହରାଇ ୨୨ ରନ୍ ସଂଗ୍ରହ କରିଥିଲା। ୨୩ ରନ୍ ର ବିଜୟ ଲକ୍ଷ୍ୟ ନେଇ ମହାବୀର ଏକାଦଶ ଟିମ୍ ର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ଥିଲେ। ମହାବୀର ଏକାଦଶ ଦୁଇ ଓଭର ରେ ୧ ଟି ୱିକେଟ୍ ହରାଇ ୨୩ ରନ୍ ରନ ସଂଗ୍ରହ କରିଥିଲା। ଯାହା ଫଳରେ ମହାବୀର ଏକାଦଶ (ଭାରିଷୋଳ)କ୍ରିକେଟ୍ ଟିମ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲା। ବିଜେତା ଓ ଉପ ବିଜେତା ଟିମ୍ କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପ୍ରଭାତ କୁମାର ପରିଡ଼ା ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି ଟୁଣ୍ଣାମେଣ୍ଟେ ରେ ଅମ୍ପଏୟଆର ଭାବେ ନାରାୟଣ ପଲାଇ, ପ୍ରିତିରଞ୍ଜନ ନାୟକ,ବିଶ୍ଵଜିତ କୁଅଁର,ସୌରଭ ବିଶ୍ଵାଳ, ଆଶୁତୋଷ ରାଉତ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଭାସ୍ୟକାର ଭାବେ ସମିର ମହାନ୍ତି ଓ ସ୍କୋରର ଭାବେ ଅଭିଜିତ୍ କୁଅଁର ଉପସ୍ଥିତ ଥିଲେ।ଆଗାମୀ ଦିନରେ ଏହିଭଳି ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁଣ୍ଣାମେଣ୍ଟ ଆୟୋଜିତ କରିବା ପାଇଁ କ୍ରିଡ଼ା ପ୍ରେମୀ ମାନେ ଦାବି କରିଛନ୍ତି।

