ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ।

ବୁଗୁଡ଼ା, 15/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସରକାରଙ୍କ ନିର୍ଦେଶ ଅନୁସାରେ ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଶଙ୍କୁରୁ ପଞ୍ଚାୟତ ଠାରେ ବିଡ଼ିଓ ଦୁତି କୃଷ୍ଣ ମହାପାତ୍ର ତତ୍ତ୍ଵାବଧାନରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିବା ବେଳେ ନୋଡାଲ ଅଫିସର ରୂପେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେରକେଟା ଙ୍କ ସହିତ ତହସିଲଦାର ତାପସ ରାଉତ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ । ଏଥିରେ ମୋଟ ୩୪ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବାବେଳେ ୨୯ ଗୋଟି ବ୍ୟକ୍ତିଗତ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା ଏବଂ ୫ ଗୋଟି ସାମୁହିକ ଅଭିଯୋଗ ର ଶୀଘ୍ର ସମାଧାନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି। ଏହା ସହ ମନ୍ତ୍ରୀ ୪ ଜଣଙ୍କୁ ନୂତନ ବାର୍ଦ୍ଧକ୍ୟ ଭର୍ତ୍ତା କାର୍ଡ ବଣ୍ଟନ କରିଥିଲେ। ବୀମା କମ୍ପାନୀ ଚାଷୀମାନଙ୍କୁ ଠକୁଥିବା ଅଭିଯୋଗ ଚାଷୀଙ୍କ ପକ୍ଷରୁ ହୋଇଥିବା ବେଳେ ଏନେଇ ଜିଲ୍ଲାପାଳଙ୍କୁ ଜଣାହୋଇଛି ଏବଂ ଚାଷୀଙ୍କୁ ଉପଯୁକ୍ତ ବୀମା ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ।ଶଙ୍କୁରୁ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ରାଉତ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ସିଡିପିଓ ବବିତା ପଣ୍ଡା ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
Article Image
Article Image
15