ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଆଁ ଲାଗି ଜଳିଗଲା ତିନି ବଖରା ଘର ସହ ସମସ୍ତ ଆସବାପତ୍ର

ଏରସମା, 15/12/2025, ଉତ୍କଳ voice news - utkalvoicenews.com*( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୂର୍ ପଞ୍ଚାୟତ ସ୍ଥିତ ଅରଡ଼ା ଗ୍ରାମ ର ବୈଷ୍ଟମ୍ୱ ଚରଣ ମହାନ୍ତି ଙ୍କ ଗତ ଶୁକ୍ରବାର ରାତି ପ୍ରାୟ ୧ ଟା ସମୟରେ ଘରେ ସମସ୍ତେ ଶୋଇଥିବା ସମୟରେ କୌଣସି କାରଣରୁ ନିଆଁ ଲାଗି ତିନି ବଖରା ଚାଳ ଘର ସହିତ ଧାନ ଗଦା, ଲୁଗା ପଟା,ସାଇକେଲ, ଇଲେକ୍ଟ୍ରିାଲ ଜିନିଷ ,ଗ୍ୟାସ ସିଲିଣ୍ଡର ଓ ସମସ୍ତ ଆସାବାପତ୍ର ଜଳି ପାଉଁଶ ହୋଇଯାଇଛି। ଜଣେ ଟ୍ରାକ୍ଟର ବାଲା ରାସ୍ତା ରେ ଯାଉଥିବା ସମୟରେ ଘର ନିଆଁ ଲାଗିଥିବା ଦେଖି ଡାକ ଦେବାରୁ ପରିବାର ଲୋକେ ଉଠିଥିଲେ ।ବହୁ କଷ୍ଟରେ ପରିବାର ନିଜ ର ଜୀବନ ବଞ୍ଚାଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଏରସମା ଅଗ୍ନିଶ୍ରମ୍ ବାହିନୀ ପହଞ୍ଚି ଥିଲା। ବୈଷ୍ଟମ୍ୱ ମହାନ୍ତି ଙ୍କ ହାତ ଆଙ୍ଗୁଳି ପୋଡିଯାଇଥିବା ର ଦେଖାଯାଇଛି।ମୁଣ୍ଡ ଗୁଞ୍ଜିବାକୁ କିଛି ନଥିବାରୁ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ବର୍ଗ।
5