ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଳରାମ ଜୀଉଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ରେ ପହିଲି ଭୋଗ

ଢେଙ୍କାନାଳ, 16/12/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପୌଷ ମାସର ଧନୁ ସଂକ୍ରାନ୍ତି ଠାରୁ ପହିଲି ଭୋଗ ଆରମ୍ଭ। ଏକ ମାସ ଧରି ଚାଲିବ ଏହି ପହିଲି ଭୋଗ।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ଭୋର ପାଞ୍ଚଟା ସମୟ ରେ ପହିଲି ଭୋଗ ଲାଗି ହୋଇଥିଲା। ଧନୁ ମୁଆଁ ସହ ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ। ପୂଜକ ମନ ସୁମନ ମିଶ୍ର, ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ପୌଷ ମାସର ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି ପାଳିତ ହୋଇଥଲା।
Article Image
13