ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୁନିଅର ରେଡ଼କ୍ରସ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ବୁଗୁଡ଼ା, 16/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ହାଇସ୍କୁଲଠାରେ ଜୁନିଅର ରେଡ଼କ୍ରସ ପକ୍ଷରୁ ୫୩ତମ ଜିଲ୍ଲା ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ତ୍ରିଦିବସୀୟ ଶିବିରରେ ମୁଖ୍ଯ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଏହାକୁ ଉଦଘାଟନ କରି ରାଷ୍ଟ୍ର ଗଠନରେ ଛାତ୍ର ଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥୁଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଓଡିଶା ଜୁନିଅର ରେଡ଼କ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଭାତୀ କୁମାରୀ ମହାପାତ୍ର ,ବୁଗୁଡ଼ା ବିଇଓ ଚିନ୍ମୟ ମହାପାତ୍ର ,ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା , ଗଞ୍ଜାମ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ସ୍ନେହଲତା ପଣ୍ଡା,ବାଲିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ଇ.ନୀଳାଞ୍ଚଳ ପାତ୍ର,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କେ.ନୀଳମାଧବ ଆଚାରୀ ପ୍ରମୁଖ ଯୋଗଦେଇ କ୍ଯାଡେଟମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l
Article Image
12