ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାୟଗଡ଼ା, 16/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ  ଡୁମୁରିଗୁଡା ପଞ୍ଚୟତା କେ. ଡେଙ୍ଗା୍ସର୍ଗୀ ଠାରେ କନ୍ଦମୂଳ ଫସଲରେ ମୂଲ୍ୟ ବୃଦ୍ଧି  ବିଷୟରେ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ICAR–CTCRI (Central Tuber Crops Research Institute) ଓ ଓଡ଼ିଶା ସରକାରଙ୍କ ଉଦ୍ୟାନ ବିଭାଗ ସହଯୋଗରେ, Centre for World Solidarity (CWS), ରାୟଗଡ଼ାଙ୍କ ସହଭାଗିତାରେ କନ୍ଦମୂଳ ଫସଲରେ ମୂଲ୍ୟ ବୃଦ୍ଧି ବିଷୟରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।
Article Image
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜୈବ ଓ ପୁଷ୍ଟିକର କନ୍ଦମୂଳ ଫସଲର ଆଧୁନିକ ଚାଷ ପ୍ରଣାଳୀ,  ପ୍ରୋସେସିଂ ଓ ମୂଲ୍ୟ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ସହିତ ଉଦ୍ୟମୀ ବିକାଶକୁ ପ୍ରୋତ୍ସାହନ ଦେବା।କାର୍ଯ୍ୟକ୍ରମରେ ICAR–CTCRIର ବୈଜ୍ଞାନିକମାନେ କନ୍ଦମୂଳ ଫସଲର ଆଧୁନିକ ପ୍ରଯୁକ୍ତି,  ପ୍ରୋସେସ୍ସିଂ ପଦ୍ଧତି, ମୂଲ୍ୟ ବୃଦ୍ଧି ସଂଯୋଜିତ ଉତ୍ପାଦ ତିଆରି ଓ ବଜାରିକରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣରେ ଅଞ୍ଚଳର ବହୁ କୃଷକ ଓ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ–ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। CTCR ତରଫରୁ ଚାଷୀ ମାନଙ୍କୁ ଚିପ୍‌ସ କଟର୍‌, ପିଲର୍‌, ଓଏଲ୍‌ ଷ୍ଟେନର୍ ବଣ୍ଟନ କରାଯାଇଥିଲା। ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ସିଟିସିଆର୍‌ ସିଡବ୍ଲୁଏସ୍‌ ସଂସ୍ଥା ସହଯୋଗିତାରେ ଏ ଅଞ୍ଚଳରେ ଚାରି ବର୍ଷ କାର୍ଯ୍ୟ କରିଆସିଛି; ଏହି ଶେଷ ବର୍ଷ ଥିଲା। କାର୍ଯ୍ୟକ୍ରମରେ ICAR–CTCRIର ପ୍ରଧାନ ବୈଜ୍ଞାନିକ ଡ଼କ୍ଟର କେ. ଲକ୍ଷ୍ମୀନାରାୟଣ, ଫିଲଡ ଆସି୍ଷ୍ଟାଣ୍ଟ ବିଶ୍ୱ ରଞ୍ଜନ ରାଉତ, ମାନସୀ ସାହୁ ଏବଂ CWSର Joint Director ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।ସେହିପରି CWS Community Mobiliser ସୁନେଲି କୁମାର ଦାସ, ଅଭିଷେକ ଆଚାର୍ଯ୍ୟ, CWS FEW ତପନ କାଡ୍ରାକା,  ସରୋଜ କୁମାର ସିଂହ ଓ ସ୍ୱେଚ୍ଛାସେବୀ ମିନାଦେଇ ମାଝୀ ଏବଂ ପ୍ରମୋଦିନୀ ତାଣ୍ଡିଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି।ଏହି ପ୍ରଶିକ୍ଷଣ ମାଧ୍ୟମରେ କୃଷକମାନେ କନ୍ଦମୂଳ ଫସଲକୁ ଆଧାର କରି ସ୍ୱୟଂରୋଜଗାର, ଉଦ୍ୟମିତା ଓ ଆର୍ଥିକ ସ୍ୱାବଲମ୍ବନର ଦିଗରେ ଆଗେଇବେ ବୋଲି ଆଶା ପ୍ରକାଶ କରାଯାଇଛି।ଏହି ମୂଲ୍ୟବାନ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଗ୍ରାମବାସୀମାନେ CWSର ସମସ୍ତ କର୍ମକର୍ତ୍ତା ଓ ସହଯୋଗୀ ସଂସ୍ଥାମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଛନ୍ତି।
Article Image
Article Image
Article Image
11