ରାହାମା, 17/12/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲାର ସୁ ପ୍ରତିଷ୍ଠିତ ମହାବିଦ୍ୟାଳୟ ସାରଳା ମହାବିଦ୍ୟାଳୟ ରାହାମା ପରିସରରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଅଛି।
ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଙ୍କ ପରମ ଶିଷ୍ୟ ବାବାଜୀ ଶ୍ରୀ ବିପିନ ବିହାରୀ ଦାସ କଳ୍ପତରୁ ଆଶ୍ରମ ଜାତୀୟ ମୁଖ୍ୟ ତଥା ନୀଳାଞ୍ଚଳ ମାଧୁରୀ ସମ୍ପାଦକ ଙ୍କ କର କମଳରେ ଉଦଘାଟନ କରାଯାଇଥିଲା। ନାମା ଚାର୍ଯ୍ୟ ଶ୍ରୀମଦ ବାୟାବାବା ଙ୍କ ଅଜ୍ଞାମାଳ ଓ ଧଣ୍ଡା ତୁଳସୀ ଦ୍ୱାରା ସାରଳା ମହାବିଦ୍ୟାଳୟ ରାହାମାର 1977 ମସିହା ପବିତ୍ର ଧନୁ ସଂକ୍ରାନ୍ତି ଦିନ ଭିର୍ତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଦିବସକୁ ମନେ ରଖିବା ପାଇଁ ଆଜକୁ 48ବର୍ଷ ଧରି ଧନୁ ସଂକ୍ରାନ୍ତି ଦିନ ମହାବିଦ୍ୟାଳୟ ରେ ଅଷ୍ଟପ୍ରହର ନାମଯଜ୍ଞ କରାଯାଇ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଆସୁଅଛି ,ଆଜି ପାଳିତ ଉତ୍ସବରେ କଲେଜ ର ଅଧକ୍ଷ ସୁବାସ ଚନ୍ଦ୍ର ନାୟକ ଙ୍କ ସହ ଅଧ୍ୟାପକ ଅଧ୍ୟାପିକା ତଥା ସମସ୍ତ କର୍ମଚାରୀମାନଙ୍କ ପୂର୍ଣ୍ଣ ସହଯୋଗ ଅନୁଦାନର କାର୍ଯ୍ୟକ୍ରମ ଟି ସଫଳତାର ରୂପାୟନ ହୋଇଥିଲା.