ଏରସମା, 18/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଂଚାୟତ ସ୍ଥିତ ହାଡିବନ୍ଧୁ ଉଚ୍ଚ ବିଦ୍ୟାଳୟ ମନ୍ଦିରା ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ ପାଳନ କରାଯାଇଛି ।

ହାଡିବନ୍ଧୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ଅଜିତ୍ କୁମାର ଲେଙ୍କାଙ୍କ ତତ୍ଵାବଧାନରେ ଉକ୍ତ କାର୍ଯ୍ୟ କର୍ମ ଟି ପାଳନ କରାଯାଇଅଛି।ବ୍ଲକ୍ ସଂଘର ସଭାପତି ଶ୍ରୀଯୁକ୍ତ ତାପସ କୁମାର ମହାନ୍ତି ଙ୍କ ସଭାପତିତ୍ବ ଉଦ୍ଘାଟିତ ସଭାରେ ଭିରଙ୍ଗ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର୍ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ପ୍ରଧାନ ସଂଯୋଜନା କରିଥିଲେ। ଉକ୍ତ ଉତ୍ସବରେ ଓଷ୍ଟାର୍ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନାରାୟଣ ସାହୁ ମୁଖ୍ୟ ଅତିଥି ଓ ସହ ସମ୍ପାଦକ ଅନିଲ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସର୍ବ ପ୍ରଥମେ ପଲ୍ଲୀକଣ୍ଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ସ୍ଵାଇଁ ଓ ସମିତି ସଭ୍ୟା ଶ୍ରୀମତୀ ସନ୍ଧ୍ୟା ରାଣୀ କୁଅଁର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟ ଅତିଥି ମାନଂକ ମଧ୍ୟରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଭଗଵାନ ସାହୁ , ବୈକୁଣ୍ଠ ନାରାୟଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା , ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଂଶୟ କୁମାର ସ୍ଵାଇଁ,ବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ଅଜିତ୍ କୁମାର ଲେଙ୍କା ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ର ପିଲାମାନେ ନିଜ ନିଜର ସଙ୍ଗୀତ,ନୃତ୍ୟ, କାବ୍ୟ, କବିତା ରେ ପ୍ରତିଯୋଗିତା ରେ ଭାଗନେଇ ପ୍ରଥମ ଓ ଦିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପାଇଁ ନିଯୁକ୍ତି ହୋଇଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲା ମାନେ ହେଲେ ସନ୍ଧ୍ୟାରାଣୀ ମୁଦୁଲି,ସ୍ମୃତି ରେଖା ସ୍ଵାଇଁ, ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ, ସ୍ଲିପା ପ୍ରିୟଦର୍ଶିନୀ,ଓମ ପ୍ରକାଶ ସ୍ଵାଇଁ,ସ୍ମୃତି ରଞ୍ଜନ ସାହୁ,ସତ୍ୟ ପ୍ରକାଶ ଦାସ,ମୋନାଲିସା ଷଡ଼ଙ୍ଗୀ, ପ୍ରାଂଶି ପ୍ରିୟଦର୍ଶିନୀ ଦଳେଇ ଓ ସମ୍ପୂର୍ଣ୍ଣ ବାରିକ ହୋଇଥିବା ବେଳେ ଦିତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନେ ହେଲେ ଶୁଭଲକ୍ଷ୍ମୀ ଜେନା,ଅର୍ପିତା ପ୍ରିୟଦର୍ଶିନୀ ସ୍ଵାଇଁ, ସ୍ନେହା ସୁମନ ରାଉତ,ଅର୍ପିତା ପ୍ରିୟଦର୍ଶିନୀ, ମିତାଲି ପ୍ରିୟଦର୍ଶିନୀ ଜେନା, ଶୁଭ୍ରାଂଶୁ ବାରିକ,ଅର୍ଚ୍ଚିତା ଦାସ,ଅର୍ଚ୍ଚିତା ନନ୍ଦ ଓ ସିମାରାଣୀ ନାୟକ।ମୁଖ୍ୟ ଅତିଥି ମାନେ ପିଲାମାନଙ୍କୁ ପୁରସ୍କୃତ କରିଥିଲେ।ପରିଶେଷରେ ପ୍ରଧାନ ଶିକ୍ଷକ ଅମ୍ବୁଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
