ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ଦୁଇ ଗୋଟି ଗ୍ରାମ୍ଯଉନ୍ନୟନ ରାସ୍ତାର ଶିଳାନ୍ୟାସ

ବୁଗୁଡ଼ା, 18/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସାଧାରଣ ଜନତାଙ୍କ ମୌଳିକ ସମସ୍ୟାର ସମାଧାନ ଓ ଗମନାଗମନର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୁଲ୍ଯରେ ଦୁଇଟି ଗ୍ରାମ୍ଯ ଉନ୍ନୟନ ରାସ୍ତାର ଶିଳାନ୍ୟାସ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଶିବମନ୍ଦିର ଠାରୁ ମହୂଲପଲ୍ଲୀ ଦେଇ ପାଣିକେଶ୍ୱର ପର୍ଯ୍ୟନ୍ତ ୪ କୋଟି ୩ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟରେ ୩ କିଲୋମିଟର ଏବଂ କାନକୁଟୁରୁ ଠାରୁ ଗେଣ୍ଡୁଳି ରାସ୍ତା ୩ କୋଟି ୩୫ ଲକ୍ଷ ୩୯ ହଜାର ଟଙ୍କା ବ୍ୟୟରେ ୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବାବେଳେ ଉଭୟ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ ଡି ଓ ସଂଜୀବ ପାତ୍ର, କନିଷ୍ଠ ଯନ୍ତ୍ରୀ ଭୁବନ ମୋହନ ନାୟକ ଓ ପପୁ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାଦ୍ୱାରା ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ପ୍ରତିନିଧ କେ.ନୀଳମାଧବ ଆଚାରୀ,ବ୍ଲକ ବିଧାୟକ ପ୍ରତିନିଧ ହରିକୃଷ୍ଣ ସାହୁ ଏବଂ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।
Article Image
16