ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ର ଶୁଭାରମ୍ଭ କଲେ ସରପଞ୍ଚ l

ପାରାଦୀପ ଗଡ, 30/01/2025, ଉତ୍କଳ voice news - utkalvoicenews.com ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ସର୍ଭେ କାର୍ଯ୍ଯ ଆରମ୍ଭ ହୋଇଛି l
Article Image
ଆଜି ଏହାର ଶୁଭାରମ୍ଭ କରିଛନ୍ତି ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା l ପଞ୍ଚାୟତ ରେ ଥିବା ୧୧ ଗୋଟି ରାଜସ୍ଵ ଗ୍ରାମରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି l ଯେପରିକି ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ନେବାକୁ ସର୍ଭେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସରପଞ୍ଚ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି l ଏପରିକି ଯଦି କୌଣସି ବ୍ୟକ୍ତି କିମ୍ବା ଦଲାଲ ଘର କରାଇଦେବା ପାଇଁ ଟଙ୍କା ମାଗନ୍ତି ତେବେ ସେମାନେ ତୁରନ୍ତ ତାଙ୍କୁ ଜଣାଇବାକୁ ସେ ପଞ୍ଚାୟତ ବାସୀ ଙ୍କୁ ଅନୁରୋଧ କରିଛନ୍ତି l ଏହି ସର୍ଭେ କାର୍ଯ୍ୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ ଜେନା ଓ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସିପ୍ରାରାଣି ପତି ସାମିଲ ଅଛନ୍ତି l ହିତାଧୀକାରୀ ମାନେ ସେମାନଂକୁ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ସରପଞ୍ଚ ଶ୍ରୀମତୀ ବେହେରା ଅନୁରୋଧ କରିଛନ୍ତି l
Article Image
Article Image
1