ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଟନି ଛଟନି ପ୍ରଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ

ବୁଗୁଡ଼ା, 18/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ ସବୁଠି ପ୍ରସ୍ତୁତି ଜୋରଦାର କରାଯାଇଛି । ଘନ ଘନ ବୈଠକ ବସିବା ସହ ଚାଷୀ, ମିଲର, ସମବାୟ ବିଭାଗ ଓ ଯୋଗାଣ ବିଭାଗକୁ ନେଇ ଆଲୋଚନା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହ ଠାରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ନୀତି ନିୟମ ଅନୁଯାଇ ଚାଷୀମାନେ କେବଳ ମଣ୍ଡିରେ ଧାନ ଦେଇ ଏହାର ସଠିକ ମୂଲ୍ଯ ବାବଦକୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବା ସହ ସଂପୂର୍ଣ୍ଣ ଭାବେ କଟନି ଛଟନି ପ୍ରଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ତହସିଲଦାର ତାପସ ରାଉତ, ବିଡ଼ିଓ ଦୁତିକୃଷ୍ଣ ପାତ୍ର, ବ୍ଲକ କୃଷି ଅଧିକାରୀ ହରପ୍ରିୟା ବେହେରା, ବ୍ଲକ ଅଧକ୍ଷା ପ୍ରତିନିଧି କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ, ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଏଥିରେ ବ୍ଲକ ବିଧାୟକ ପ୍ରତିନିଧ ହରିକୃଷ୍ଣ ସାହୁ, ଗଙ୍ଗାଧର ନାୟକ,ସରପଞ୍ଚ ଦିଲ୍ଲୀପ ପ୍ରଧାନ, କୃଷି ସମବାୟ ସମିତି ସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ, ବ୍ଲକ ଯୋଗାଣ ଅଧିକାରୀ, ସମସ୍ତ ମିଲର୍, ସମସ୍ତ କୃଷି ସମବାୟ ସମିତି ସମ୍ପାଦକ ଏବଂ ଚାଷୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
16