ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଜ ଜନ୍ମ ମାଟିରେ ଆଦର୍ଶ ଖୁସିର ଲହରୀ

ତିର୍ତ୍ତୋଲ, 18/12/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋଟକଣା ଅଞ୍ଚଳର ଯୁବକ ଆଦର୍ଶ ବେହେରା ସୁଦାନ ରେ କାର୍ଯ୍ୟରତ ଥିବାବେଳେ ଚରମ ପନ୍ଥି ଙ୍କ ଦ୍ଵାରାଅପହୃତ ହୋଇ ପଣବନ୍ଦୀ ଥିଲେ। ଆଜି ସେ ନିଜ ଜନ୍ମମାଟି ନିଜ ଗାଁ କୁ ଫେରିଛନ୍ତି। ପ୍ରଥମେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିବାପରେ ମୂଳିସିଙ୍ଗି ସହରରେ ଥିବା ନିଜ ଶଶୁର ଘରେ ପହଞ୍ଚିଛନ୍ତି ଆଦର୍ଶ ବେହେରା,ବଜାରରୁ ଶଶୁର ଘର ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇ ଶଶୁର ଘରକୁ ଅଣାଯାଇଛି। ସେଠାରେ ତାଙ୍କୁ ବନ୍ଦାପନା କରିବା ସହିତ ଶଶୁରଘରେ କିଛି ସମୟ ବିତାଇଥିଲେ ଆଦର୍ଶ।ଜ୍ବାଇଁ କୁ ପାଖରେ ଦେଖି ଶାଶୁ ଶଶୁର ଓ ପରିବାରବର୍ଗ ଖୁସି ହୋଇପଡିଛନ୍ତି।ଏଥି ସହିତ ଆଦର୍ଶ ଙ୍କୁ ଦେଖିବାପାଇଁ ଶଶୁରଘର ଆଗରେ ଅନେକ ଲୋକ ଭିଡ଼ ଜମାଇଥିଲେ। ଜ୍ବାଇଁ ଘରକୁ ଫେରିଯିବାକୁ ଶାଶୁ ଓ ଶଶୁର ବେଶ୍ ଖୁସିଥିବା କହିଥିଲେ।ଏଥି ସହିତ ସେ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।ଏହାପରେ ସେ ନିଜ ଜନ୍ମମାଟି କୋଟକଣା ଗାଁ ରେ ପହଞ୍ଚିଥିଲେ ଆଦର୍ଶ। ସେଠାରେ ସେ ପ୍ରଥମେ ଗାଁ ମନ୍ଦିରରେ ଦେବା ଦେବୀଙ୍କୁ ମୁଣ୍ଡିବା ମାରିବା ସହିତ ଗାଁ ପିଲାମାନଙ୍କ ମିଶି ଭାବ ବିହ୍ୱଳିତ ହୋଇପଡ଼ିଥିଲେ।ପରେ ତାଙ୍କ ବାପା ମା ଙ୍କ ସହିତ ସେ ନିଜ ଘରକୁ ଯାଉଥିଲେ।ଘରେ ପହଞ୍ଚିବା ପରେ ତାଙ୍କୁ ବନ୍ଦାପନା କରାଯିବା ସହିତ ମିଠା ମଧ୍ୟ ସମସ୍ତେ ଖୁଆଇ ଦେଇଥିଲେ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଙ୍କ ସମେତ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ସରକାର ତରଫରୁ ଆଦର୍ଶ ଙ୍କୁ ପାରାଦ୍ଵୀପ ର ପ୍ଲାଷ୍ଟିକ କମ୍ପାନୀରେ ଚାକିରୀ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେଠାରେ ରହି କାମ କରିବେ ବୋଲି ଆଦର୍ଶ ବେହେରା କହିଛନ୍ତି। ଆଦର୍ଶ ନିଜ ଘରକୁ ଫେରିବାପରେ ଘରେ ଖୁସିର ଲହରୀ ଖେଳିଯାଇଛି।
37