ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହରିପା ଗ୍ରାମରେ ମା ଲଷ୍ମୀଙ୍କ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହା ଯଂଜ୍ଞ

ଏରସମା, 18/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକର ସୋମପୁର ପଞ୍ଚାୟତର ହରିପା ଗ୍ରାମରେ ପ୍ରତିଷ୍ଠିତ ମା ଲଷ୍ମୀଙ୍କର ପଞ୍ଚମ ବାର୍ଷିକ ଉତ୍ସବ. ଏହି ଉପଲକ୍ଷେ ବିଶ୍ଵଶାନ୍ତି ମହାଜଜ୍ଞ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି. କଳସ ଶୋଭାଯାତ୍ରା ଶତାଧିକ ମହିଳା ଅଂଶ ଗ୍ରହଣ କରି ଗ୍ରାମ୍ୟ ପରିକ୍ରମଣ କରିଥିଲେ. ଦ୍ୱିତୀୟ ଦିବସରେ ଏରସମା ଅଞ୍ଚଳର ଜାଙ୍ଗିକ ପଣ୍ଡିତ ମାନଙ୍କ ଦ୍ୱାରା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ କରା ଯାଇଥିଲା. ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଉପସ୍ଥିତରେ କର୍ତା ଓ କର୍ତ୍ତୀ ଦୀପକ କୁମାର ଜେନା ଲଷ୍ମୀପ୍ରିୟାଙ୍କ ଉପସ୍ଥିତିରେ ମଧ୍ୟ ରାତିରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା. ଏହି ପୂର୍ଣ୍ଣାହୁତି ସମୟରେ ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ ଜେନା ବରିଷ୍ଠ ଆଇନଜୀବୀ ଡ଼ ବିରନାରାୟଣ ପାତ୍ର ବାଲିକୁଦା ଏରସମା ଯୁବ ନେତା ସଂଜୀବ ବିଶ୍ୱାଳ ଯୁବ ନେତା ସଞ୍ଜୟ ପରିଡା ନାରୀ ନେତ୍ରୀ ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ସମଗ୍ର ପରିବେଶକୁ ଭକ୍ତି ମୟ କରି ଦେଇଥିଲା
69