ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବେଲପୁର ଗାଁରେ ତାଲାବନ୍ଦ ଘରୁ ଚୋରି, ପୋଲିସର ତଦନ୍ତ ଜାରି

ବୁଗୁଡ଼ା, 18/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ଥାନା ଅନ୍ତର୍ଗତ ବେଲପୁର ଗ୍ରାମରେ ମନୋଜ କୁମାର ରାଉତଙ୍କ ତାଲାବନ୍ଦ ଘରୁ ଚୋରି ହୋଇଥିବା ଜଣାଯାଇଛି। ପ୍ରକାଶ ଯେ, ବେଲପୁର ଗ୍ରାମର ମନୋଜ ରାୟଗଡାରେ ବ୍ଯବସାୟ କରି ରହୁଥିବା ବେଳେ ସପରିବାର ଗାଁକୁ ମାଣବସା ଗୁରୁବାର ପୂଜା କରିବାକୁ ଆସି ପୁଣି ଫେରି ଯାଇଥିଲେ। ତେବେ ମଙ୍ଗଳବାର ରାତିରେ କୌଣସି ଦୁର୍ବୃତ୍ତ ତାଙ୍କର ଘର ତାଲା ଭାଙ୍ଗି ଭିତରେ ପଶି ଆଲମାରୀରୁ ସୁନା ଓ ରୂପା ଅଳଙ୍କାର ସମେତ ଟଙ୍କା ଚୋରି କରି ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଖବର ପାଇବା ପରେ ମନୋଜ ଗାଁକୁ ଆସି ଚୋରି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
Article Image
10