ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋପାଳପୁର ସମବାୟ ସମିତିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ତିର୍ତ୍ତୋଲ, 19/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତିର୍ତ୍ତୋଲ ବ୍ଲକ ଅଧୀନ ଗୋପାଳପୁର ଗ୍ରାମ ପଞ୍ଚାୟତ (ଶଙ୍ଖେଶ୍ୱର) ର ନୂତନ ଭାବେ ଗଠିତ ଗୋପାଳପୁର ସମବାୟ ସମିତି ଲିଃ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ସହିତ ଚାଷୀ ମାନଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ସମବାୟ ବିଭାଗ ଦ୍ୱାରା ନୂତନ କରି ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତର ଚାଷୀମାନଙ୍କ ସ୍ୱାର୍ଥ ଓ ମୌଳିକ ସୁବିଧା କୁ ଗୁରୁତ୍ୱ ଦେଇ ଗୋପାଳପୁର ଶଙ୍ଖେଶ୍ୱର ସମବାୟ ସମିତି ଲିଃ କୁ ଅନୁମତି ପ୍ରଦାନ କରିବା ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ ପାଇଁ ପରାମର୍ଶ ଦେଇଥିଲେ। ପ୍ରଥମକରି ସମବାୟ ସମିତିର କାର୍ଯ୍ୟକାରିଣୀ ବୈଠକ ଡକାଯାଇ ଚାଷୀ ମାନଙ୍କ ଉଦ୍ଦେଶ୍ୟ ରେ ଏକ ସଚେତନତା ଶିବିର ଅନୁଷ୍ଠିତ କରି ପଞ୍ଚାୟତ ର ଚାଷୀମାନେ ଧୋୟା ଅଞ୍ଚଳର ହୋଇଥିବାରୁ କିପରି ଉତ୍ତମ ଧାନ ଓ ରବି ଚାଷ କରି ସରକାରଙ୍କ ଆରଏମସି କୁ ନିଜେ ଅମଳ କରିଥିବା ଧାନ,ରବି ଫସଲ ଦେଇ ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ ପ୍ରଦାନ କରିଥିବା ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମବାୟ ସମିତିର ସମ୍ପାଦକ ପରମମାନ୍ଦ ଦାସ, ଆରଏମସି କୃଷ୍ଣ ଚନ୍ଦ୍ର ବାରିକ, ନିହାର ରଞ୍ଜନ ସାମଲ ଓ ଶୁଭ୍ରକାନ୍ତ ବେହେରା ସାମିଲ ହୋଇଥିଲେ । ଉକ୍ତ ଚାଷୀ ସଚେତନତା ଶିବିରରେ 50 ରୁ ଉର୍ଦ୍ଧ ଚାଷୀମାନେ ଯୋଗଦେବାସହିତ ମୁଖ୍ୟ ଅତିଥିଭାବେ ଖାଉଟି କଲ୍ୟାଣ ପରିଷଦ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ସମାଜସେବୀ ବିଜୟ କୁମାର ବିଶ୍ୱାଳ "କୁବେର ଭାଇ" ଯୋଗଦେଇ ଗୋପାଳପୁର ସମବାୟ ସମିତି ର ପ୍ରଥମ କରି କାର୍ଯ୍ୟକାରିଣୀ ବୈଠକ ସହିତ ଚାଷୀ ମାନଙ୍କ ଉଦେଶ୍ୟ ରେ ସଚେତନ ଶିବିର ଆୟୋଜନ କରିଥିବାରୁ ସାଧୁବାଦ ସହ ଧନ୍ୟବାଦ ପ୍ରଦାନ କରି କହିଥିଲେ ସମବାୟ ସମିତିର ଉନ୍ନତି ପାଇଁ ସମସ୍ତେ ମିଳିମିଶି ସହଯୋଗ ପ୍ରଦାନ କଲେ ନୂତନ ଭାବେ ସ୍ୱୀକୃତି ପାଇଥିବା ଗୋପାଳପୁର ସମବାୟ ସମିତି ନିଶ୍ଚିତ ଜିଲ୍ଲାରେ ଏକ ଅଗ୍ରଣୀ ସମବାୟ ସମିତିରେ ପରିଗଣିତ ହୋଇପାରିବ। ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ବିମ୍ବାଧର ପୁଷ୍ଟି,ମନୋରଞ୍ଜନ ଦାସ, ବିଳାଶ ସେନାପତି,ବିରଜା ମୋହନ ମହାପାତ୍ର,ରମେଶ ଚନ୍ଦ୍ର ପୁଷ୍ଟି, ସୁନୀଲ ମହାପାତ୍ର,ଅନାମ ଚରଣ ବେହେରା,ବିକାଳୀ ବାରିକ,ସୁଶାନ୍ତ କୁମାର ସେନାପତି ରୁଦ୍ର ମହାପାତ୍ର, ଅଜୟ ମାଲିକ ପ୍ରମୁଖ ସହଯୋଗ କରିଥିଲେ।
6