ଏରସମା, 30/01/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତର ଘୋଡାଡିଆ ଠାରେ ଅବସ୍ଥିତ ବାଲିକୁଦା ବ୍ଲକର ତିତିରା ପଞ୍ଚାୟତ ଓ ଏରସମା ବ୍ଲକର ସୋମପୁର ପଞ୍ଚାୟତକୁ ନେଇ ଗଠିତ କାଞ୍ଜିଆକଣ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଧାନ ମଣ୍ଡିକୁ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି ଦୁଇଟି ପଞ୍ଚାୟତର ଚାଷୀ ମାନେ ଯେପରି ସୁବିଧାରେ ଧାନ ବିକ୍ରି କରିବା ସହିତ ତାଙ୍କୁ ସମବାୟ ଓ ଯୋଗାଣ ବିଭାଗର କର୍ମଚାରୀ ମାନେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଉଦଘାଟନ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସେବା ସମବାୟ ସମିତିର ସଭାପତି ଶ୍ୟାମସୁନ୍ଦର ମୁଦୁଲି, ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି, ଡିଇଓ ତ୍ରିଲୋଚନ ବେହେରା, କଟକ ସେଣ୍ଟ୍ରାଲ କୋ ଅପରେଟିବ୍ ବ୍ୟାଙ୍କ ଡାଇରେକ୍ଟର ସରୋଜ କୁମାର ମହାପାତ୍ର, ନୋଡାଲ ଅଫିସର ଆଶିଷ କୁମାର ସାମଲ, ସୁବାସ ମୋହିନୀ ସାହୁ, ସୁବାସ ଶାସମଲ୍, ସୁଧାଂଶୁ ଶେଖର ବେହେରା, ମଳୟ ପରିଜା, ଗଙ୍ଗାଧର ସାହୁ, ଅତୁଲ କୁମାର ରାଉତ, ପ୍ରହଲ୍ଲାଦ ବିଶ୍ଵାଳ, ବ୍ରହ୍ମାନନ୍ଦ ସ୍ବାଇଁ, ଅମୂଲ୍ୟ ବେହେରା, ମଦନ ସାହୁ, ନବଘନ ସ୍ୱାଇଁ, ରମେଶ ଚନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ବିଶ୍ଵାଳ, ସନାତନ ଜେନା, ବିକାଶ କୁମାର ସ୍ୱାଇଁ, କାମଦେବ ଖଣ୍ଡୁଆଳ, ଆଶିଷ କୁମାର ମୁଦୁଲି,ବିଷ୍ଣୁ ଚରଣ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ ।