ଏରସମା, 19/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ଆଞ୍ଚଳିକ ଯୁବ ପରିଷଦ ଆନୂକୁଲ୍ୟରେ ଆୟୋଜିତ,ଏରସମା ପ୍ରିମିଅର୍ ଲିଗ୍ ଚତୁର୍ଥ ସଂସ୍କରଣ ଶୁକ୍ରବାର ଉଦଘାଟିତ ହୋଇଛି।ଆଜିର ଉଦଘାଟନ ମ୍ୟାଚରେ ବିଲିଭର୍ଷ,ସୁପର ଜିଆଣ୍ଟସକୁ ୨୮ ରନରେ ପରାସ୍ତ କରିଛି।ଆଜି ସୁପର ଜିଆଣ୍ଟସ ଟସ୍ ଜିତି ବିଲିଭର୍ଷକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।ବିଲିଭର୍ଷ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ପୂର୍ବରୁ,୧୨ - ୫ ଓଭରରେ ସମସ୍ତ ଉଇକେଟ ହରାଇ ୧୧୧ ରନ୍ କରିଥିଲା। ଜବାବରେ ସୁପର ଜିଆଣ୍ଟସ ୧୧୨ ରନର ବିଜୟ ଲକ୍ଷକୁ ପିଛା କରି ମାତ୍ର ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୮୩ ରନ୍ କରି ପରାଜିତ ହୋଇଛି।ବିଲିଭର୍ଷର ଅଭିନାଶ ମଲ୍ଲିକ ୧୧ ବଲ୍ ଖେଳି ୨୫ ରନ୍ ସଂଗ୍ରହ ସହିତ,୩ ଓଭର ବୋଲିଂ କରି ୨୮ ରନ୍ ବିନିମୟରେ ୩ ଉଇକେଟ ନେଇ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ପାର୍ଥସାରଥୀ ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ,ଯୁବ ପରିଷଦ ସଭାପତି ଜ୍ୟୋତି ରଞ୍ଜନ କୁଅଁର,ଦେବବ୍ରତ ରାଉତରାୟ ଓ ସୁଧାକର ଖଟୁଆ ପ୍ରମୁଖ ଯୋଗଦେଇଥିଲେ।ଆଜିର ଅନ୍ୟ ଏକ ଲିଗ୍ ମ୍ୟାଚରେ ମାଭେରିକ୍ସ,ଫାଇଟର ଇଲେଭେନକୁ ପରାସ୍ତ କରିଛି।