ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିତୁଠ, 19/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ପତିତ ପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଛି।ଦୁଇଦିନ ଧରି ଆୟୋଜିତ ପ୍ରତିଯୋଗୀତାର ୧୭ ଟି ବିଭାଗରେ ୭୫ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ।ବିଶେଷକରି ଉଚ୍ଚ ଡିଆଁ, ଲମ୍ବ ଡ଼ିଆଁ,ଜାଭଲିନ୍,ସର୍ଟଫୁଟ,ମ୍ୟୁଜିକ ଚେୟାର, ଛଦ୍ମବେଶ ଓ ଦୌଡ ପ୍ରତିଯୋଗୀତା ସହିତ,ଏକକ ଅଭିନୟ,ଦଳଗତ ଅଭିନୟ ଏବଂ ନ୍ରୃତ୍ୟ ପ୍ରତିଯୋଗୀତା କରାଯାଇଥିଲା। ଏଥିସହିତ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ ଫୁଟୁବଲ୍ ମ୍ୟାଚ ସହିତ,ଛାତ୍ର ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।ଏହି ଉପଲକ୍ଷେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ମହାପାତ୍ର,ପତିତପାବନ ହାଇସ୍କୁଲ ପୂରାତନ ଛାତ୍ର ସଂସଦ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମହାପାତ୍ର,ପ୍ରଧାନ ଶିକ୍ଷକ ତାପସ ଜେନା,ସହକାରୀ ଶିକ୍ଷକ ରାମନାରାୟଣ ନାୟକ,ଗୟାଧର ବାରିକ, ପ୍ରଭଞ୍ଜନ ସାମନ୍ତରାୟ,ଉମେଶ ଚନ୍ଦ୍ର ପରିଡା,ରାଲିସ୍ମିତା କାଣ୍ଡି,ସ୍ମିତାଞ୍ଜଳୀ ସେଠି ଓ ଶ୍ରଦ୍ଧାଞ୍ଜଳୀ ରାଉଳ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଚାମ୍ପିଅନ ହୋଇଥିବା ସୋନୁ ସ୍ଵାଇଁ ଓ ସଙ୍ଗୀତା ସ୍ଵାଇଁଙ୍କ ସମେତ ସମସ୍ତ କ୍ରୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
66