ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସଂପଦ ମେଳା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ, 19/12/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଆସନ୍ତା ଜାନୁଆରୀ ମାସ ୮ ଓ ୯ ତାରିଖରେ ୨ ଦିନ ବ୍ୟାପି ଜିଲ୍ଲା ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହେବ । ଏଥିପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସହଭାବନା ସଭା ଗୃହଠାରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ମେଳା ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ । ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସହିତ ଅନ୍ୟାନ୍ୟ ବିଭାଗ ପକ୍ଷରୁ ୨୫ ଗୋଟି ଷ୍ଟଲ ଖୋଲାଯାଇ ଚାଷୀ ଭାଇ ଭଉଣୀ ଓ ଜନସାଧାରଣଙ୍କୁ ବିଭାଗୀୟ କାର୍ଯ୍ୟ ସଂପର୍କରେ ଅବଗତ କରାଯିବ । ୨ ଦିନ ବ୍ୟାପି ଏହି ମେଳାରେ ସମସ୍ତ ବ୍ଲକର ମୋଟ ୧୪୦୦ ଜଣ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗଦେବେ । ଜିଲ୍ଲାର ୮ ଜଣ ଅଗ୍ରଣୀ ଚାଷୀ ଭାଇ ଭଉଣୀଙ୍କୁ ଏହି ମେଳାରେ ସମ୍ମାନିତ କରାଯିବ ବୋଲି ମୁଖ୍ୟ ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେହେରା ସୂଚ଼ନା ପ୍ରଦାନ କରିଥିଲେ ।
3