ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ମାଟିର ଝିଅ ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପି.ଏଚ୍.ଡି (Ph.D.) ପ୍ରାପ୍ତ

ଢେଙ୍କାନାଳ, 19/12/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ଗବେଷିକା ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପଞ୍ଜାବ ଚଣ୍ଡିଗଡରେ ଥିବା ଭାରତୀୟ
Article Image
ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ (IISER), ମୋହାଲି ଠାରେ ଭୌତିକ ଵିଜ୍ଞାନ ରେ ଗବେଷଣାତ୍ମକ ସନ୍ଦର୍ଭ "From Self Interacting Walkers to Spining Vesicles :- Modeling Emergence in Active Systems" ଉପସ୍ଥାପନ କରି Doctor of Philosophy (PhD) ଲାଭ କରିଛନ୍ତି। ସେ ଈଶ୍ୱେର , Mohali ପ୍ରଫେସର ଶ୍ରୀ ଅଭିଷେକ ଚୌଧୁରୀଙ୍କ ତତ୍ତ୍ଵାବଧାନରେ ଗବେଷଣା କରୁଥିଲେ । ଉକ୍ତ ସନ୍ଦର୍ଭରେ "ସେ ସକ୍ରିୟ ପ୍ରଣାଳୀର ଉଦ୍‌ଭବମୂଳକ ଆଚରଣର ମଡେଲିଂ କରିଛନ୍ତି, ଯେଉଁଥିରେ ଅଟୋକେମୋଟାକ୍ଟିକ୍‌ ପ୍ରଣାଳୀର ଆକୃତି ଗଠନ ଏବଂ ଏନଜାଇମିକ୍‌ ପ୍ରତିକ୍ରିୟା ଜନିତ ଭେସିକଲ୍‌ର ଘୁର୍ଣ୍ଣନ ଆଚରଣ ଅନ୍ତର୍ଭୁକ୍ତ, ଯାହାର ଲକ୍ଷ୍ୟଭିତ୍ତିକ ଔଷଧ ପରିବହନରେ ଏବଂ ଜୀବନ୍ତ ପରିବେଶରେ ସ୍ୱାସ୍ଥ୍ୟର ପ୍ରୟୋଗ ରହିଛି"। ଉକ୍ତ ସନ୍ଦର୍ଭ ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଶୁଭଶ୍ରୀ ଅନୁଗୋଳ ସ୍ଥିତ ନବୋଦୟ ବିଦ୍ୟାଳୟର ଛାତ୍ରୀ। IISER, Mohali ରେ BS-MS ଅଧ୍ୟୟନ ପରେ Ph.D. କରୁଥିଲେ। ସେ ଢେଙ୍କାନାଳ ଜିଲ୍ଲା ମହିମାଗାଦୀ ଯୋରନ୍ଦା ନିକଟସ୍ଥ ଚିରୁଳେଇ ଗ୍ରାମନିବାସୀ ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ରୀନିବାସ ଖୁଣ୍ଟିଆ ଏବଂ ରାଜ୍ୟ କୃଷି ବିଭାଗ ଅଧିଦର୍ଶିକା ଶ୍ରୀମତୀ ଗୋଲାପ ସାହୁଙ୍କର ସୁପୁତ୍ରୀ ତଥା କୋରାପୁଟ ସହରର ଶ୍ରୀ ପ୍ରଦୀପ କୁମାର ପାତ୍ର ଓ ସୁପ୍ରଭା ନାୟକଙ୍କର ସୁପୁତ୍ର ଶ୍ରୀ ଆଶୀର୍ବାଦ ପାତ୍ରଙ୍କ ସହଧର୍ମିଣୀ । ତାଙ୍କର ଏହି ସଫଳତାରେ ନବୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଢେଙ୍କାନାଳ କପିଳାସ ସ୍ଥିତ ଭଗବାନ ଚନ୍ଦ୍ରଶେଖରଙ୍କ ପାଖରେ କୋଟି ପ୍ରଣାମ ଜଣାଇଛନ୍ତି । ଉକ୍ତ ସମ୍ବାଦରେ ସମସ୍ତ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।
4