ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବ୍ଯବସ୍ଥାରେ ବୁଗୁଡା ବଡଶଙ୍ଖ ଶ୍ମଶାନ ଘାଟ, ସାଧାରଣରେ ତୀବ୍ର ଅସନ୍ତୋଷ, ପ୍ରତିକାର ଦାବି

ବୁଗୁଡ଼ା, 19/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡା ସହର ଉପକଣ୍ଠସ୍ଥ ବଡଶଙ୍ଖ ନିକଟରେ ଥିବା ଶ୍ମଶାନ ଘାଟର ଦୂରାବସ୍ଥାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବହୁ ପୁରାତନ ଶ୍ମଶାନ ଘାଟଟି ଦୀର୍ଘକାଳ ହେଲା ଲଟାବୁଦାରେ ପରିପୂର୍ଣ୍ଣ ସହ ଅବ୍ଯବସ୍ଥିତ ଅବସ୍ଥାରେ ରହିଛି। ଶବଦାହ କରିବାକୁ ଯାଉଥିବା ଲୋକଙ୍କୁ ବିଷଧର ସରୀସୃପଙ୍କ ଭୟ ଘାରୁଛି। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ବେଳେ ମୃତକଙ୍କ ଘର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶ୍ମଶାନ ଘାଟରେ ଶବ ବାହକଙ୍କ ନିମନ୍ତେ ନିର୍ମିତ ପୁରୁଣା ରହଣି କକ୍ଷଟିର କେତେକାଂଶ ଭାଙ୍ଗିରୁଜି ବିପଦଜ୍ଜନକ ଅବସ୍ଥାରେ ରହିଛି । ଆବଶ୍ୟକୀୟ ଆଲୋକ ବ୍ୟବସ୍ଥାର ଅଭାବ ଯୋଗୁଁ ରାତିରେ ଶବଦାହ ବେଳେ ନାନା ପ୍ରକାର ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷକରି ବର୍ଷା ରାତିରେ ଶବଦାହ କାର୍ଯ୍ୟକ୍ରମ ବହୁ ଅସୁବିଧାରେ ବାଧ୍ୟବାଧକତା ହେତୁ ସମ୍ପାଦନ ହେଉଛି। ସେହି ଶ୍ମଶାନ ଘାଟର ଏଭଳି ଦୂରାବସ୍ଥା ଏନ୍ଏସି ପ୍ରଶାସନର ଅପାରଗତାକୁ ଦର୍ଶାଉଛି ବୋଲି ସାଧାରଣରେ ସମାଲୋଚନା ସହ ଅସନ୍ତୋଷ ପ୍ରକାଶ ପାଉଛି। ବିକାଶ ନାମରେ ଏନ୍ଏସି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅଯଥା ଅପବ୍ଯୟ କରାଯାଉଥିବା ବେଳେ ଏହି ଅବହେଳିତ ଶ୍ମଶାନ ଘାଟ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଥିବାର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଲୋକେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଲୋକେ ମେଳି ବାନ୍ଧୁଥିବା ଦେଖିବାକୁ ମିଳିଛି। ଏଣୁ, ଜନ ଆକ୍ରୋଶରୁ ବର୍ତ୍ତିବା ଏବଂ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ଏନ୍ଏସି କର୍ତ୍ତୃପକ୍ଷ ଆଉ କାଳ ବିଳମ୍ବ ନକରି ତଥାକଥିତ ଶ୍ମଶାନ ଘାଟକୁ ସୁବ୍ଯବସ୍ଥିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
5