ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହନୁମାନ ଚାଳିଶା, ଶୀତ ବସ୍ତ୍ର ଓ ପାଠ୍ୟ ଉପକରଣ ବଣ୍ଟନ।

ରାୟଗଡ଼ା, 20/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଅଦ୍ଯ ତା୨୦.୧୨.୨୫ରିଖ ଶୁକ୍ରବାର ଦିନ ରାୟଗଡ଼ ଜିଲ୍ଲା ଓ ବ୍ଲକ ଅନ୍ତର୍ଗତ ମାଲି ଗାଁ ପଞ୍ଚାୟତ ଅଧିନସ୍ଥ କତାଗୁଡା ଗ୍ରାମରେ ଆଦିବାସୀ ବୃଦ୍ଧ ପିତାମାତାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ରାୟଗଡ଼ ଜିଲ୍ଲା ଶୈଣ୍ଢିକସମାଜ(ଶୁଣ୍ଢି) ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ଚଉଧୁରୀ ଓ ମ୍ୟୁନିସିପାଲିଟି ସଭାପତି ସୁରେଶ କୁମାର Choudhary ଙ୍କ ଆଗ୍ରହ ଆଦର ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଦାୟିତ୍ଵ ନିର୍ବାହ କରିଥିଲେ ସେବା ନିବୃତ୍ତ ଶିକ୍ଷକ ଜୟଦେବ ସିଠ। ଶ୍ରୀ Choudhary ମହାଶୟ ଦ୍ବୟ ଶୀତ ବସ୍ତ୍ର ପ୍ରଦାନ ପୂର୍ବକ ବୃଦ୍ଧ ପିତାମାତାଙ୍କଠାରୁ ଆଶିଷ ଲୋଡ଼ିଥିଲେ।ଅଣ ଆନୁଷ୍ଠାନିକ ସେବା ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରର ଶିକ୍ଷିକା ଶ୍ରମତୀ ଜୟନ୍ତୀ ପଦ୍ମାଳୟା ସାହୁ ସଂପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ। ତତ୍ ପରେ ଶ୍ରୀ ସିଠ ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ବଣ୍ଟନ କରି ପଠନର ଉପାଦେୟତା ଦର୍ଶାଇଥିଲେ। ତୁଳସୀ, ଅଁଳା,ବେଲ ଗଛ ଲଗାଇବା ସହ ନିୟମିତ ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ ସେପରି ପରିବେଶ ସୁରକ୍ଷା ସ୍ବଚ୍ଛ ରଖିବା ଓ ନାନା ଜାତିର ଗଛ ଲଗାଇବା,ଗୋ ସୁରକ୍ଷା କରିବା, ଅନ୍ଧବିଶ୍ୱାସଠାରୁ ଦୂରରେ ରହିବା, ନିଜ ଧର୍ମ ପରମ୍ପରା ସଂସ୍କୃତି ମାନି ଚଳିବା ଓ ସର୍ବୋପରି ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ ହୋଇ ସମାଜ ସେବା କରିବା ଆଲୋଚନା ପରାମର୍ଶ ଦେଇଥିଲେ।ପରେ ଗାଁ ବିଦ୍ୟାଳୟ କମିଟି ସଭାପତିଙ୍କ ଓ ଶିକ୍ଷକଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଓ ଶୁଖା ଜଳପାନ ବଣ୍ଟନ କରାଯାଇଥିଲା ଓ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହୋଇ ଦେଶ ସେବା ପାଇଁ ବ୍ରତୀ ରହିବାକୁ ଆଲୋକ ପାତ କରାଯାଇଥିଲା।ଅନ୍ତେ ଅଙ୍ଗନବାଡ଼ି ଭଉଣୀ ସମସ୍ତ ଅତିଥି ମାନଙ୍କୁ ଏ ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପୁଣିଥରେ ସୁଯୋଗ କ୍ରମେ ଆସି ଏପରି କାର୍ଯ୍ୟକ୍ରମ କରିବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରିବା ପରେ ସାମଗ୍ରିକ ଖୁସି ପ୍ରକଟ କରିଥିଲେ।
Article Image
7