ପାରାଦୀପ ଗଡ , 21/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୂନ ବେଲାରୀ ଗ୍ରାମ୍ୟ ଖେଳ ପଡିଆ ରେ ୨ୟ ବାର୍ଷିକ ସୀମିତ ଓଭର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି l
ଉକ୍ତ ଉଦ୍ଘାଟନ ଉତ୍ସଵ ରେ ମୂଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରି କହିଥିଲେ ଯେ ଗ୍ରାମାଂଚଳ ରେ ପଡିଆ ଚାରିପାଖେ ବସି କ୍ରିକେଟ ଦେଖିବା ଏକ ସ୍ଵତନ୍ତ୍ର ଅନୁଭୂତି l ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅନନ୍ତ ବିଶ୍ଵାଳ, ଚନ୍ଦ୍ରକାନ୍ତ ସ୍ଵାଇଁ, ଅଲେଖ ମହାରଥା, ସାଗର ସାହୁ ପ୍ରମୁଖ ଯୋଗଦେଇ ଥିଲେ l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ଚାରୋଟି ଟିମ୍ ଯୋଗ ଦେଇଛନ୍ତି l ଉଦ୍ଘାଟନ ମ୍ୟାଚ୍ ରେ "ୟଙ୍ଗ ରାଇଜିଂ" ଓ "ମା ରାମଚଣ୍ଡି" କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମଣ ବେହେରା, ରାଜନ ସ୍ଵାଇଁ, ମୁନା ମହାପାତ୍ର, ଅବିନାଶ ସୁତାର, ରାଜେଶ ସ୍ଵାଇଁ, ସୌମ୍ୟ ରଂଜନ ବେହେରା, ରୋହନ ରାଉତ, ଲୋକନାଥ ସିଂ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ l ସୁଧାଂଶୁ ଶେଖର ସାହୁ ଓ ବଳରାମ ସାହୁ ଆମ୍ପେୟରିଂ କରିଥିଲେ l