ଏରସମା, 21/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ସ୍ଥିତ ବୋରିକିନା ହାଇସ୍କୁଲର ୧୯୯୫ ମସିହା ବ୍ୟାଚର ପୁରାତନ ଛାତ୍ର ସଞ୍ଜୟ ଦାସ (୪୬)ଙ୍କ ଅକାଳ ବିୟୋଗ ଘଟିଥିଲା । ସେହି ବ୍ୟାଚର ପୁରାତନ ସହପାଠୀ ମାନେ ଗଭୀର ଶୋକ ପ୍ରକାଶ କରି ତାଙ୍କ ଏକାଦଶାହରେ ଓଳାଶ ସ୍ଥିତ ବାସଭବନରେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ତାଙ୍କ ଧର୍ମପତ୍ନୀଙ୍କୁ ୨୫୦୦୦ (ପଚିଶ ହଜାର) ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ବ୍ୟାଚର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଶ୍ରୀ ଦାସଙ୍କ ପରିବାରକୁ ଗଭୀର ସମବେଦନା ପ୍ରକାଶ କରି ଆଗାମୀ ଦିନରେ ସମସ୍ତ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାଯାଇଛି । ଏଥିରେ ବାସୁଦେବ ମହାନ୍ତି, ନରେନ୍ଦ୍ର ନାଥ ପାଢ଼ୀ, ନିରଞ୍ଜନ ସ୍ୱାଇଁ, ଦୀପକ ବରାଳ, ଅଭିମନ୍ୟୁ ସାହୁ, ସୁଶାନ୍ତ ପରିଡା ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ କରିଥିଲେ । ଏଭଳି ସାହାଯ୍ୟକୁ ଅଂଚଳରେ ଭୁୟସୀ ପ୍ରଶଂସା କରାଯାଇଛି ।