ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଇଣ୍ଟର ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ ରେ ଶ୍ୟାମ ସୋର୍ଯ୍ୟ ଏରସମା

ଏରସମା, 21/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବୋରିକିନା ପଞ୍ଚାୟତ ଅନ୍ତର୍ଗତ ଡୋଭାଳ ଗ୍ରାମର ବ୍ୟାଙ୍କ୍ ଅଧିକାରୀ ଜ୍ଞାନ ରଞ୍ଜନ ସ୍ୱାଇଁ ଏବଂ କ୍ରିଷ୍ଣା ସାଗରିକାଙ୍କ ସୁପୁତ୍ର ଶ୍ୟାମ ସୌର୍ଯ୍ୟ ଇଣ୍ଟର ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ ରେ ନିଜ ନାମ ଲିପିବଦ୍ଧ କରିଛନ୍ତି । ଇଂରାଜୀ ପଜଲ୍ ସଲଭିଙ୍ଗ ରେ ଆନ୍ତର୍ଜାତୀୟ ସ୍ତରରେ ମାତ୍ର ୨ ବର୍ଷ ୬ ମାସ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଏଥି ପାଇଁ ଇଣ୍ଟର ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ତାଙ୍କୁ ଟ୍ରଫି, ଗୋଲ୍ଡ ମେଡାଲ, ମାନପତ୍ର, ଏବଂ ଅନ୍ୟାନ୍ୟ ଶିକ୍ଷା ଭିତ୍ତିକ ସାମଗ୍ରୀ ପ୍ରଦାନ କରାଯାଇଛି । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅନୁଗାମୀ ଶ୍ୟାମ ସୌର୍ଯ୍ୟ ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ନିଜ ନାମ ଲିପିବଦ୍ଧ କରିବା ସହିତ ନିଜ ଗ୍ରାମ ଏବଂ ଜିଲା ପାଇଁ ଗୌରବ ଆଣିଥିଲେ ।
14