ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପଡି ଏବଂ ବନ୍ୟଜନ୍ତୁ ସୁରକ୍ଷା ରେ ସଚେତନତା ରାଲି।

ରାୟଗଡା, 30/01/2025, ଉତ୍କଳ voice news - utkalvoicenews.com ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ରେ ଆଜି କାଶୀପୁର ବନ ବିଭାଗ ଆନୁକୂଲ୍ୟରେ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜନ ସଚେତନତା ଅଭିଯାନ ମଧ୍ୟରେ କାଶୀପୁର ମାଁ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟ ପଡିଆ ଠାରୁ ମୁଖ୍ୟ ସଡ଼କ ଦେଇ ପଣ୍ଡାପଡା ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ଧରି +୨ ଓ +୩ ର ଛାତ୍ର ଛାତ୍ରୀଙ୍କ ଅଂଶଗ୍ରହଣ ରେ ଏକ ରାଲି ଆୟୋଜନ କରାଯାଇଥିଲା।
Article Image
ରାଲି ରେ ଜଙ୍ଗଲ ନିଆଁର କୁପରିଣାମ ଏବଂ ଏହାର ଜୀବଯୋଗତ ତଥା ବାୟୁମଣ୍ଡଳ ରେ କୁପ୍ରଭାବ ବାବଦରେ ସଚେତନ ସୃଷ୍ଟି କରିବା ର ମୁଖ୍ୟ ଉଦେଶ୍ୟ ଥିଲା ଉକ୍ତ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟ ବ୍ୟାପି ଚାଲିଥିବା ପରିପେକ୍ଷୀ ରେ କାଶୀପୁର ବ୍ଲକ ଭଳି ଉପାନ୍ତ ଅଞ୍ଚଳରେ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ ରେ ପୂର୍ବେ ଏହି ଭଳି ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଛି।
Article Image
ତଥାପି ଉପାନ୍ତ ଅପହଞ୍ଚ ଅଞ୍ଚଳରେ ଗ୍ରୀଷ୍ମ ରେ ଜଙ୍ଗଲ ପଡି ପଡୁ ଚାଷ କରାଯାଉଛି। ଯେଉଁଥିରେ ଜଙ୍ଗଲି ଯନ୍ତୁ, ପଶୁ ପକ୍ଷୀ ଓ ସରୀସୃପ ଭଳି ପ୍ରାଣୀଙ୍କ ମୂଲ୍ୟବାନ ଜୀବନ ପ୍ରତି ଲୋକେ କୌଣସି ଦୃଷ୍ଟି ଦେଉ ନାହାନ୍ତି, ଠିକ ଏହିଭଳି କିଛି ଲୋକେ ବନ୍ୟଯନ୍ତୁଙ୍କୁ ଶିକାର କରିବା ଉଦେଶ୍ୟରେ ଜଙ୍ଗଲରେ ଇଲେକ୍ଟ୍ରି ତାର ସଂଯୋଗ କରୁଛନ୍ତି ଯଦ୍ୱାରା ନିରୀହ ଜଙ୍ଗଲୀ ପଶୁପକ୍ଷୀ ଙ୍କ ସମେତ ଗ୍ରୁହ ପାଳିତ ପଶୁ ଏବଂ ମନୁଷ୍ୟ ଭଳି ଅନେକ ଜୀବନ ଚାଲିଯାଉଛି।
Article Image
ତେଣୁ ଜଙ୍ଗଲୀ ପଶୁ ଶିକାର ଓ ଜଙ୍ଗଲ କୁ ନିଆଁ ଲଗାଇବା ଫୋରେଷ୍ଟ ଆଇନ ଅନୁଯାୟୀ ଏକ ଧର୍ତ୍ତବ୍ୟ ଅପରାଧ, ଏହାର କୋଠର ଦଣ୍ଡ ବିଧାନ ଥିବା ସାଧାରଣରେ ପ୍ରଚାର ପ୍ରସାର କରାଯାଇଥିଲା।
Article Image
କାର୍ଯ୍ୟକ୍ରମ ରେ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ବିରୁପାକ୍ଷ ପ୍ରଧାନ ଅଧ୍ୟାପକ ଶ୍ରୀ ପ୍ରସନ୍ନ କୁମାର ନାୟକ ଉପସ୍ଥିତ ଥିଲେ।କାଶୀପୁର ବନାଞ୍ଚଳ ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ନେତୃତ୍ୱ ରେ ଆୟୋଜନ ହୋଇଥିବା ବେଳେ , ବନପାଳ ଶ୍ରୀ ଦୀନବନ୍ଧୁ ଶବରଙ୍କ ସହଯୋଗ କ୍ରମେ ବନରକ୍ଷୀ ଜଗଦୀଶ ନାଏକ,ଘାଷୀ ମାଝୀ,ମିନା ଦଣ୍ଡସେନା, ମାନସ୍ମିତା ପାଣିଗ୍ରାହୀ, ସନାଲି ସ୍ୱାଇଁ ଏବଂ ପାରା ଷ୍ଟାଫ ସମେତ ଏଡି ଏସ ଟିମ, କାଶୀପୁର ପୋଲିସ ପକ୍ଷରୁ ଆଇ. ଆର. ବି ଯବାନ ମାନେ ସମ୍ପୂର୍ଣ ଦାୟିତ୍ୱ ତୁଲାଇ ଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
1