ଏରସମା, 21/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ବିଜେଡ଼ି ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଏରସମା ବଜାର ସ୍ଥିତ ସତ୍ୟଶିବ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଏରସମା ବ୍ଲକ୍ ବିଜେଡ଼ି ସଭାପତି ପୀତବାସ ଗଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବିଧାୟକ ଶାରଦା ପ୍ରସନ୍ନ ଜେନା ଯୋଗ ଦେଇ ଆଗାମୀ ୨୬ତାରିଖ ରେ ଚମ୍ପା ହାଟ ଢିଅ ସାହି ଠାରେ ବିଜେଡ଼ି ର ପ୍ରତିଷ୍ଠା ଦିବସ ପାଳନ ରେ ବାଲିକୁଦା ଏରସମା ରୁ ଅଧିକ ସଂଖ୍ୟକ କର୍ମୀ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ କରାଯାଇଥିବା ଜନ ମଙ୍ଗଳ ଯୋଜନା ଉପରେ ସାଧାରଣ ଲୋକଙ୍କୁ ବୁଝାଇ ଏକାଠି ରଖିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇ ଥିଲେ l ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ମହାପାତ୍ର, ଉପାଧ୍ୟକ୍ଷ ବିକାଶ ପରିଡା,ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ସ୍ୱାଇଁ, ସଭ୍ୟା ରାଣୀ ଟୁଡୁ,ବାଲିକୁଦା ବ୍ଲକ ବିଜେଡ଼ି ସଭାପତି ରତ୍ନାକର ସ୍ଵାଇଁ, ଏରସମା ବ୍ଲକ୍ ବିଜୁଜନତା ଦଳ ଉପ ସଭାପତି ଲୋକନାଥ ରାଉତ,ଚଟୁଆ ପଞ୍ଚାୟତ ସମିତି ସଭ୍ୟା ମୋନାଲିସା ମହାପାତ୍ର,ବାମଦେଇପୁରୁ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରିହର ଲିଙ୍ଗରାଜ ମହାନ୍ତି, ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ବାଲିତୁଠ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଭୁ ରଞ୍ଜନ ସାମନ୍ତରାୟ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଏହି ବୈଠକରେ ଏରସମା ବ୍ଲକର ପଚିଶିଗୋଟି ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ, ଦଳୀୟ ସଭାପତି ଓ ବିଜୁଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ।
