ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କରଚୁଲି ସରସ୍ବତୀ ଶିଶୁମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୁଗୁଡ଼ା, 21/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଗ୍ରାମର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁମନ୍ଦିର ର ଉନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଜି. ବଦ୍ରୀନାଥ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ସମାଜସେବୀ ଶ୍ରୀଯୁକ୍ତ ବସନ୍ତ କୁମାର ଦଳେଇ, ମୁଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ ଗୋଲକ ବିହାରୀ ପଟ୍ଟନାୟକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜି. ଉଦୟଗିରି ଉପସ୍ଥିତ ରହି ଅଧ୍ୟୟନରେ ବର୍ତ୍ତିହୋଇ ସଂସ୍କାରି ଏବଂ ଚରିତ୍ରବାନ ହୋଇ ସମାଜରେ ନିଜକୁ ପ୍ରତିଷ୍ଠିତ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ପ୍ରଧାନ ବେଦପାଠ ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଉପଦେଷ୍ଟା ହିମାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଶିଶୁମନ୍ଦିର ର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।
Article Image
13