ରାହାମା, 22/12/2025, ଉତ୍କଳ voice news - utkalvoicenews.com*( ରାହାମା ରୁ ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :*

କୁଜଙ୍ଗ ବ୍ଲକ ଅଧିନସ୍ଥ ଶିକ୍ଷା ବିକାଶ ସମିତି ତାଳପଡ଼ା, ରାହାମା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରାହାମା ରେ ୨୭ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଏବର୍ଷ କ୍ରୀଡା ପ୍ରତିଯୋଗିତା ରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଉକ୍ତ ସଭାରେ
ମଞ୍ଚାସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ଶତପଥୀ ମହୋଦୟ କରିଥିଲେ।ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ପ୍ରଦୀପ ପ୍ରଜ୍ବଳନ ଓ ଧ୍ୱଜା ଆରୋହଣ କରି ଅନୁଷ୍ଠାନିକ କ୍ରୀଡାର ଶୁଭାରମ୍ଭ ହୋଇଥିଲା। ସମ୍ମାନିତ ଅତିଥି ରାହାମା ଆକ୍ସିସ ବ୍ୟାଙ୍କର ସହ ଶାଖା ପରିଚାଳକ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପରିଡା, ସମ୍ପାଦକ ଶ୍ରୀଯୁକ୍ତ ଦୀପକ କୁମାର ଦାସ, ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ସୁଦର୍ଶନ ମଲ୍ଲିକ ନିଜ ଅଭିଭାଷଣରେ ପ୍ରତିଭାଗି ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅନିଲ କୁମାର ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ କୁମାର ବେଉରା,କୋଷାଧ୍ୟକ୍ଷ ଶ୍ରୀମାନ ମୃତ୍ୟୁଞ୍ଜୟ ପରିଡା, ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ କାହ୍ନୁଚରଣ ସାହୁ, ଉପଦେଷ୍ଟା ଅଧିକାରୀ ରମାକାନ୍ତ ଦାସ ଓ ଉପଦେଷ୍ଟା ଶ୍ରୀଯୁକ୍ତ ବିଭୂତି ଭୂଷଣ ବରାଳ, ପ୍ରକାଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟ ରେ ୮୦୦ଶହ ରୁ ଅଧିକ ଛାତ୍ର ଛାତ୍ରୀ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। କ୍ରୀଡା ପ୍ରତିଯୋଗିତା ୨ ଦିନ ଧରି ଚାଲୁରହିବ ବୋଲି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ କୁମାର ଶତପଥି ସୂଚନା ଦେଇଛନ୍ତି।

