ରାହାମା, 22/12/2025, ଉତ୍କଳ voice news - utkalvoicenews.com*( ରାହାମା ରୁ ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :*
ସାରଳା ମହାବିଦ୍ୟାଳୟ ସମ୍ମୁଖ ଉଭୟ ରାସ୍ତା କଡ଼ ପାର୍ଶ୍ଵରେ ଠିକାଦାରଙ୍କ ବାଲି, ମେଣ୍ଟାଲ,ଗୋଡି, ଗୋଡି ଗୁଣ୍ଡ, ୮ ମାସରୁ ଅଧିକ ହେବ ପଡିରହିବା ଫଳରେ, ଛାତ୍ର, ଛାତ୍ରୀ, ପଥଚାରି ଯାତାୟତ କରିବା ସମ୍ଭବପ୍ରର ହେଉନାହିଁ। କେତେବେଳେ ଗାଡି ଲୋଡ଼ିଂ ତ କେତେବେଳେ ଅନଲୋଡିଂ ଦ୍ୱାରା ଧୂଳି ଧୂସର ଉଡି ଯିବା ଆସିବା ସମ୍ଭବପ୍ରର ହେଉନାହିଁ। ସାରଳା ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ସାଇଲୋ, ମେଡିକାଲ, ରେଳ ଷ୍ଟେସନ କୁ ପ୍ରତ୍ୟେକ ଶତାଧିକ ଛାତ୍ର,ଛାତ୍ର ଦୈନିକ ସ୍କୁଲ, କଲେଜ ଯିବା ଆସିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ କ୍ରିକେଟ, ଭଲିବଲ ସହିତ ବଭିନ୍ନ ପ୍ରକାର ଖେଳ କୁଦ ହୋଇଥାଏ।

ସାରଳା ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ସରକାରୀ ଉଚ୍ଚ ବିଦ୍ୟାଳୟ ସାଇଲୋ ଆଦି ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କ ର କ୍ରୀଡା ପ୍ରତିଯୋଗିତା ହେଉଥିବାରୁ ଅଭିଭାବକ, ପ୍ରତିଯୋଗୀ, ସାଧାରଣ ଜନତା ଯାତାୟତ ରେ ଅସୁବିଧା ଭୋଗୁଛନ୍ତି।ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହିତ ସ୍ଥାୟୀ ସମାଧାନ କରନ୍ତୁ ବୋଲି ସ୍ଥାନୀୟ ଜନସାଧାରଣ ମାନେ ଦାବି କରିଛନ୍ତି। ରାହାମା ବଜାର କମିଟି ସଭାପତି ଶିଶିର କୁମାର ଦାସ,ଆଡ଼ଭୋକେଟ ସୁନାକାର ବେହେରା, ସମାଜ ସେବୀ ପ୍ରତାପ ଚନ୍ଦ୍ର ଦାସ, ସାଇଲୋ ସମବାୟ ସମିତି ସଭାପତି ପ୍ରଦୀପ କୁମାର ବେଉରା,ବୈକୁଣ୍ଠ ସେନାପତି, ନୂରସିଂହ ଚରଣ ସେନାପତି ଏବଂ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧି ଜିବୀମାନେ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଉପରିସ୍ଥ ଅଧିକାରୀ ଦୃଷ୍ଟି ଆକର୍ଷଣ କରନ୍ତୁ।